You are currently viewing ବିଜେପି ର ନାରୀଶକ୍ତି ବନ୍ଧନ କାର୍ଯ୍ୟକ୍ରମ
ବିଜେପି ର ନାରୀଶକ୍ତି ବନ୍ଧନ କାର୍ଯ୍ୟକ୍ରମ

ଚକାପାଦ 🙁 ୯/୩)ଶଙ୍କରାଖୋଲ କଲ୍ୟାଣୀ ମଣ୍ଡପ ଠାରେ ପିଜେପି ପକ୍ଷରୁ ନାରୀଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ବିଭିନ୍ନ ପଞ୍ଚାୟତ ର ଶତାଧିକ ମହିଳା ଉପସ୍ଥିତ ରହି ନାରୀଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଏଲଇଡ଼ି ମାଧ୍ୟ୍ୟମରେ ପ୍ରଧାନ ମନ୍ତ୍ରୀ ନାରୀମାନଙ୍କ ପାଇଁ କେଉଁ ସବୁ କାର୍ଯ୍ୟ କରିଛନ୍ତି ସେ ନେଇ କାର୍ଯ୍ୟକ୍ରମ ରେ ଆଲୋଚନା କରିଥିଲେ ! ଏଥିରେ ଫୁଲବାଣୀ ପୌର ପରିଷଦ ଅଧକ୍ଷା ତଥା ଜିଲ୍ଲା ଅଭାନେତ୍ରୀ ସ୍ମିତାରାଣୀ ମହାନ୍ତି, ସନମାନିତ ଅତିଥି ଭାବେ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ତଥା ଚକାପାଦ ସରପଞ୍ଚ ଉମାଚରଣ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟା ରଞ୍ଚନା ନାୟକ ଓ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ଦେବାଶିଷ ପ୍ରିୟଦର୍ଶିନ ସାହୁ ଯୋଗଦେଇଥିଲେ ! ଏଥିରେ ବ୍ଲକ ସଭାପତି ସରୋଜ କୁମାର ସାହୁ ପରିଚାଳନା କରଥିବା ବେଳେ ବିଜେପି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ! କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହ୍ନର ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ !