You are currently viewing ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ବେଗୁନିଆପଡ଼ା ବ୍ଳକ ଘେରିଲା ବିଜେପି
ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ବେଗୁନିଆପଡ଼ା ବ୍ଳକ ଘେରିଲା ବିଜେପି

କୋଦଳା (୨୧/୧୧/୨୦୨୩)
ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରର ଦୁର୍ନୀତି ବିରୁଦ୍ଧରେ ବିଜେପି ହାଲ୍ଲାବୋଲ୍ କରିଛି । ରାଜ୍ୟରେ ବର୍ଷକୁ ଏକ ଲକ୍ଷ କୋଟି ଟଙ୍କାର ଲୁଟ୍ ହେଉଛି ବୋଲି ବିଜେପି ଅଭିଯୋଗ କରିଛି । ନବୀନ ସରକାର ୫୦% ପିସି ସରକାରର ଅଭିଯୋଗ ଆଣି ଆଜି ଭାଜପା ପକ୍ଷରୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଘେରାଉ କରାଯାଇଛି ।ଏଥିରେ ରାଜ୍ୟ ଉପସଭାପତି ତଥା ଭାଜପା ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଯୋଗଦେଇ କହିଥିଲେ ଯେ, ବ୍ଲକଘେରାଉ କାର୍ଯ୍ୟକ୍ରମ କେବଳ ଏକ ଆନ୍ଦୋଳନ ନୁହେଁ । ଏହା ହେଉଛି ଲୋକଙ୍କ ଅସନ୍ତୋଷର ପ୍ରତିଫଳନ । ଶାନ୍ତିପ୍ରିୟ ଓଡ଼ିଶା ଏବେ ଲ’ ଲେସନେସର ଶୀକାର ହୋଇଛି । ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରରେ ଲିପ୍ତ ବିଜେଡି ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବି ଛାଡ଼ି ନାହିଁ ।ବରିଷ୍ଠ ଭାଜପା ନେତା ପ୍ରତାପ ନାୟକଙ୍କ ନେତୃତ୍ୱରେ ବେଗୁନିଆପଡ଼ା ସିଦ୍ଧେଶ୍ଵର ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ବ୍ଲକ ଘେରାଉ କରାଯାଇଥିବା ବେଳେ ଏଥିରେ ଘୁମୁସର ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ ବରିଷ୍ଠ ନେତ୍ରୀ ଅନୀତା ଶୁଭଦର୍ଶନୀ , କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ଘୁମୁସର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀରାବାଈ ଦେଓ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ବିଜେପି ଉପ ସଭାପତି ପ୍ରଭାକର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରାଜ୍ଯ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବର୍ଷିଥିବା ବେଳେ ଏନେଇ ବେଗୁନିଆପଡ଼ା ବ୍ଳକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।