You are currently viewing ଜିଲ୍ଲା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା (ଫ)
ଜିଲ୍ଲା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା (ଫ)

ବ୍ରହ୍ମପୁର,୨୯/୧୦/୨୫,ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ଡ଼ା ଭାଗ୍ୟଲକ୍ଷ୍ମୀ ରଥ ଓଡିଶା ହାଇକୋର୍ଟର ରେଜିଷ୍ଟର ଜେନେରାଲ ଭାବେ ବଦଳି ହୋଇଛି । ସେହିକ୍ରମରେ ଆଜି ଗଞ୍ଜାମ ଓକିଲ ସଂଘ ପକ୍ଷରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସଂଘର ସଭାପତି ମନୋଜ ପଟ୍ଟନାୟକ,ଉପସଭାପତି ଟିକେ ରେଡ଼ି ,ସମ୍ପାଦକ ଟି ଭେଙ୍କେଟ ରାଓ,ସହସମ୍ପାଦକ ଅସିତ କୁମାର ସାବତଙ୍କ ସମେତ ବହୁ ବରିଷ୍ଠ ଆଇନଜୀବୀ ଜିଲ୍ଲା ଜର୍ଜ୍ ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ଜଣାଇଥି​‌ଲେ ।ଶ୍ରୀମତି ରଥ ଗଞ୍ଜାମରେ ପ୍ରାୟ ୫ ମାସ ଧରି କାର୍ଯ୍ୟ କରିଆସୁଥିଲେ। ଆଜି ଓକିଲ ସଂଘର ସଦସ୍ୟମାନଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଖୁବଶୀଘ୍ର ଗଞ୍ଜାମର ନୂତନ ଜିଲ୍ଲା ଜଜ୍ ଅଶନ୍ତ କୁମାର ଦାସ ଦାୟିତ୍ବ ନେବେ ବୋଲି ଜଣାପଡିଛି ।