You are currently viewing ବିଶ୍ୱନାଥ ଆଜ୍ଞା ଙ୍କ ୧୧୦ ତମ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ସ୍ଵେଛାକୃତ ରକ୍ତଦାନ ଶିବିର
ବିଶ୍ୱନାଥ ଆଜ୍ଞା ଙ୍କ ୧୧୦ ତମ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ସ୍ଵେଛାକୃତ ରକ୍ତଦାନ ଶିବିର

ବାଲିଗୁଡା, ତା, ୧୦/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ସର୍ବୋଦୟ ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ବନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୧୦ ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ସମିତି ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି l

ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ୧୩୬ ବିଏସଏଫ ର କାମାଣ୍ଡେଣ୍ଡ ମାନସ ରଞ୍ଜନ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ଡେପୁଟି କାମାଣ୍ଡେଣ୍ଡ କମଳ ଲୋଚନ ଦାସ ଯୋଗ ଦେଇ ବିଶ୍ଵନାଥ ଆଜ୍ଞା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ଧୂପ ପ୍ରଜ୍ଜଳନ କରି ଶିବିର ଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l

ଏଥିରେ ସମିତି ର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଉପସ୍ଥିତ ରହି ଉତ୍ସାହ ପ୍ରଦାନ କରିଥିଲେ l ଏହି ରକ୍ତଦାନ ଶିବିର ରେ ସମିତି ର ବିଭିନ୍ନ ଶାଖାର କର୍ମୀ ଓ ୧୬ ଜଣ ବିଏସଏଫ ମାନେ ଯୋଗ ଦେଇ ମୋଟ ୪୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଏଥିରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ର ଡ଼ଃ. ଏସ. ରାମ ପାତ୍ର ଓ ତାଙ୍କ ସହଯୋଗୀ ଙ୍କ ନେତୃତ୍ୱ ରେ ସମିତି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l