You are currently viewing ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ
ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ

ପୁରୀ,୪/୮ – ଅନ୍ନପୁର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ, ପୁରୀ ଆନୁକୂଲ୍ୟରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ପରିବେଶ ପ୍ରକୃତି ର ସୁରକ୍ଷା କୁ ଦୃଷ୍ଟିରେ ରଖି ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡକ୍ଟର ପ୍ରଭାତ କୁମାର ମହାପାତ୍ର ସମେତ ପୁରୀ ସହର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀ ତଥା ପ୍ରଫେସର ମାନେ ଯୋଗ ଦେଇ ଥିଲେ।
ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସଭାପତି ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ଉପସ୍ଥିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ପରେ ପୂଜ୍ୟ ସ୍ୱାମୀ ଡକ୍ଟର ଶଙ୍କରାନନ୍ଦ ସରସ୍ୱତୀ ,ଅଧକ୍ଷ ନିଗମାନନ୍ଦ ସାରସ୍ୱତ ଆଶ୍ରମ,ପୁରୀ ବେଦ ପାଠ ମଧ୍ୟରେ ବୃକ୍ଷ ପୂଜନ କରିଥିଲେ। ଭାରତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବାର୍ତ୍ତା ” ଏକ ପେଡ୍ ମା କେ ନାମ୍ ପେ” ଏହି ନାରା ଆଧାରରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ।


ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ପୁରୋହିତ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର, ବିଶିଷ୍ଟ ସାହିତ୍ୟିକା ତଥା ସମାଜ ସେବୀ ଲୋପାମୁଦ୍ରା ମହାନ୍ତି,ଡାକ୍ତର ଦେବପ୍ରସାଦ ଦାସ,ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ,ଦୋଳମଣ୍ଡପ ସାହି ସମ୍ପାଦକ ଅନନ୍ତ ତିଆଡି,ପୂର୍ବତନ ପ୍ରଧାନଶିକ୍ଷକ ବିଶ୍ୱନାଥ ବେହେରା,ବରିଷ୍ଠ ସେବାୟତ ପୂର୍ଣ୍ଣଚନ୍ଦ୍ର ଗୋଛିକାର,ତରୁଣ କବି ଦାମୋଦର ପରିଡ଼ା, ସମାଜସେବୀ ପଠାଣି ଜେନା, ପ୍ରହଲ୍ଲାଦ ପରିଡ଼ା,ପ୍ରତାପ ଦାସ,ମୁକ୍ତିମଣ୍ଡପ ର ବରିଷ୍ଠ ସଦସ୍ୟ ତଥା ଲେଖକ ହରିଶଙ୍କର ମିଶ୍ର,ସବିତା ଦାସ, ବିଶ୍ୱବିଦ୍ୟାଳୟ ର ରେଜିଷ୍ଟ୍ରାର, ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ପୋଲିସ ଅଧିକାରୀ ପ୍ରଦୀପ ଦଳାଇ,ଅମୂଲ୍ୟ ପରିଡ଼ା,ସ୍ଥିତପ୍ରଜ୍ଞା ଜେନା, ପ୍ରତାପ ଚନ୍ଦ୍ର ଦାସ, ଦୀନବନ୍ଧୁ ନାୟକ, ଲକ୍ଷ୍ମୀଧର ବାରିକ,ଚନ୍ଦନ କୁମାର ମିଶ୍ର, ଅଧ୍ୟାପକ ବେଦ ବିଭାଗ,ସସ୍ମିତା ବନ୍ଦର ନାୟକ,ଅଧ୍ୟାପିକା, ଦର୍ଶନ ବିଭାଗ , ସମାଜସେବୀ ଅରବିନ୍ଦ ଦଳାଇ,
ଟ୍ରଷ୍ଟ ର ସମ୍ପାଦିକା ଅନ୍ନପୂର୍ଣ୍ଣା ପାଣି କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିବା ସହ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।।