ପୁରୁଷୋତ୍ତମପୁର ବ୍ଲକ ବଡ଼ ଖରିଡ଼ା ମେଡିକାଲ ରେ କାର୍ଯ୍ୟ ଭାର ଗ୍ରହଣ କରିଥିବା ଆୟୁଷ ଡକ୍ଟର ଶ୍ରୀ ସୁଶାନ୍ତ କୁମାର ବେହେରା ଆଜି ବିଶ୍ୱ ସ୍ତନ୍ୟା ପାନ ସପ୍ତାହ ପାଳନ ଦିବସ ରେ ବାଲିରେ ଏକ କଳାକୃତି ଚିତ୍ର ପ୍ରତିପାଦିତ କରି ତାଙ୍କ ପାଖରେ ଥିବା ପ୍ରତିଭାକୁ ବିକଶିତ କରିଛନ୍ତି | ସେଜଣେ ସରକାରୀ କର୍ମଚାରୀ ହୋଇ ଥିଲେହେ ତାଙ୍କର ହବି ହେଉଛି ବାଲିରେ ବିଭିର୍ଣ୍ଣ କଳାକୃତି କୁ ପ୍ରଦର୍ଶନକରିବା | ତେବେ ସେ ଗଞ୍ଜାମ ବ୍ଲକର ଶ୍ରେଷ୍ଠ ବାଲୁକା ଶିଳ୍ପୀ ସୁବଳ ମହାରଣା ଯିଏକି ସୁଶାନ୍ତ ଙ୍କ ସାଙ୍ଗ ଅଟନ୍ତି , ତାଙ୍କ ଠାରୁ 2006 ମସିହାରେ ସେ ଏହି ବାଲି କଳା କୃତି ଶିକ୍ଷା କରିଥିଲେ | ସୁଶାନ୍ତ ବାବୁ ଦୀର୍ଘ 5 ବର୍ଷ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ରେ ବାଲୁକା କଳା କୃତି ପ୍ରଦର୍ଶନ କରି ବେଶ ଖ୍ୟାତି ଅର୍ଜନ କରିଛନ୍ତି | ତେବେ ସେ ଆୟୁଷ ଡକ୍ଟର ଭାବେ କୋରାପୁଟ ରେ ତାଙ୍କର ପ୍ରଥମ ପୋଷ୍ଟିଙ୍ଗ ହୋଇ ଥିଲା |

ଏହାପରେ ସେଠାରୁତାଙ୍କର ପୁରୁଷୋତ୍ତମପୁର ବ୍ଲକ ନିକଟ ବଡ଼ ଖରିଡ଼ା ମେଡିକାଲ କୁ ବଦଳି ହୋଇଥିଲା | ସେ ଏଠାକୁ ଆସିବା ପରେ ଆଜି ବିଶ୍ୱ ସ୍ଥାନ୍ୟ ପାନ ସପ୍ତାହ ଦିବସ ରେ 8ଫୁଟ ଉଚରେ ମାଆ ତାର ଶିଶୁ କୁ ସ୍ତନୀ ପାନ କରୁଥିବାରଏକଦୃଶ୍ୟବାଲିରେମେଡିକାଲଭିତରେକରିଥିଲେ | ଏହି କାର୍ଯ୍ୟ ରେ ମେଡିକାଲ ର ଇନଚାର୍ଜ ଡକ୍ଟର ଦେବାଶିଷ ପୋଥାଲ ଙ୍କସହ ସମସ୍ତ ଷ୍ଟାଫ ଏବଂ ସ୍ଥାନୀୟ କିଛି ମହିଳା ମାନେ ସହଯୋଗ କରିଥିଲେ | ଦୀର୍ଘ 4ଘଣ୍ଟା ର ପରିଶ୍ରମ ପରେ ଏହି ବାଲି କଳାକୃତି ସମୁର୍ଣ ହୋଇ ଥିଲା | ଏହାକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତି, ଯୁବକ, ଛାତ୍ର ଛାତ୍ରୀ ଆସିଥିଲେ |
