ପୁରୁଷୋତ୍ତମପୁର ପୁରୁଣା ଏନ ଏସି ଅଫିସ ବୈଠକ ହଲରେ ଭୁବନେଶ୍ୱର ରୁ ଆସିଥିବା ଅର୍ବାନ ବିଭାଗ ର କିଛି ଅଧିକାରୀ ପାର୍ଥ ସାରଥୀ ସାହୁ ଓଡିଶା ଅର୍ବାନ ହାଉସିଂ ମିଶନର ଅଧିକାରୀ, ବିକାଶ ପ୍ରାଧିକାରଣ ଯନ୍ତ୍ରୀ ସୁଜିତ କୁମାର ଭଟ୍ଟମିଶ୍ର, ରାକେଶ କୁମାର ନାୟକ,ସହିତ ଏନ ଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ସୋମ୍ୟ ରଞ୍ଜନ ମିଶ୍ର, ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼, ଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ସମସ୍ତ କାଉନସିଲର, ଯେଇ ମାଡାମ ଙ୍କ

ଉପସ୍ଥିତିରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ହିତାଧିକାରୀ ମାନେ ଦୀର୍ଘ 3 ବର୍ଷ ହେଲା ଘରକୁ ସମ୍ପୂର୍ଣ କରିନଥିବାରୁ ଭୁବନେଶ୍ୱର ରୁ ଆସିଥିବା ଅଧିକାରୀ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜୋରିମାନା ଅର୍ଥ ଆଦାୟ କରି ସେମାନଙ୍କର ସମ୍ପୂର୍ଣ ବିଲକୁ ବାତିଲ କରିବାକୁ ଆଜିର ଏହି ବୈଠକ ରେ ଅଧିକାରୀ ମାନେ ନିର୍ଦେଶ ଦେଇଥିଲେ | ଏହାଦ୍ୱାରା ଗରିବ ଲୋକଙ୍କ ନିମନ୍ତେ ଆସୁଥିବା ପ୍ରଧାନ ଆବାସ ଯୋଜନା ର ସୁଫଳ ମିଳୁନଥିବାରୁ ରାଜ୍ୟ ସରକାର ଙ୍କ ନିର୍ଦେଶ ରେ ଅଧିକାରୀ ପାର୍ଥ ସାରଥୀ ଏହି ମତ ଦେଇଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ

