You are currently viewing ଆଇନଜୀବି ପୀତବାସ ପଣ୍ଡା ଙ୍କ ପାର୍ଥିପତ୍ର ଦାଖଲ।
ଆଇନଜୀବି ପୀତବାସ ପଣ୍ଡା ଙ୍କ ପାର୍ଥିପତ୍ର ଦାଖଲ।

ବ୍ରହ୍ମପୁର:ଦୀର୍ଘ ଦଶ ବର୍ଷ ପରେ ଆସନ୍ତା ଏପ୍ରିଲ୧୫ ତାରିଖ ରେ ରାଜ୍ୟ ଆଇନଜୀବି ପରିଷଦ ର ହେବାକୁଥିବା ନିର୍ବାଚନ ରେ ବ୍ରହ୍ମପୁର ର ଆଇନଜୀବି ଶ୍ରୀ ପୀତବାସ ପଣ୍ଡା ଆଜି କଟକ ସ୍ଥିତ ରାଜ୍ୟ ଆଇନଜୀବି ପରିଷଦ କାର୍ଯ୍ୟାଳୟ ରେ ପାର୍ଥିପତ୍ର ଦାଖଲ କରିଛନ୍ତି ।ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଲା ର ବିଭିନ୍ନ ସମସ୍ୟା ନେଇ ବିଭିନ୍ନ ସମୟରେ ସ୍ୱର ଉତ୍ତୋଳନ କରୁଥିବା ଶ୍ରୀ ପଣ୍ଡା ଜଣେ ଆଇନଜୀବି ସହ ଶ୍ରମିକ ନେତା ମଧ୍ୟ ।ଆଜି ପାର୍ଥି ପତ୍ର ଦାଖଲ ସମୟରେ ଆଇନଜୀବି ରଘୁନାଥ ପାଣିଗ୍ରାହୀ, ସଞ୍ଜୟ ମିଶ୍ର, ଅଶୋକ ଶୁକ୍ଳ,ବରୁଣ ଗୌଡ଼,ବିରଞ୍ଚି ମହାପାତ୍ର, ବସନ୍ତ ସାବତ,ପୂର୍ଣ୍ଣ ଚନ୍ଦ୍ର ହୋତା,ସମ୍ପୂର୍ଣ ପାତ୍ର, ଝସକେତନ ପାଢ଼ୀ, ଜେ. ନିମା,ଅଶୋକ ସାହୁ,ବିଶ୍ଵଜିତ ସେଠୀ, ତାରିଣୀ ମାଝୀ, ଲଡୁ କିଶୋର ବାରିକ,ରାଜେଶ ରାଉଳ,ସୁଦର୍ଶନ ସେଠି,ସନ୍ତୋଷ ପାତ୍ର ,ଚିନ୍ମୟ ହୋତା,ରାମହାରି ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ।