କୋଦଳା
ଆଜି ସାରା ଦେଶରେ ପାଳିତ ହେଉଛି ୭୪ତମ ସାଧାରଣତନ୍ତ୍ର ଦିବସ। ଏହି ଉପଲକ୍ଷେ କୋଦଳା ଏନଏସି କାର୍ଯ୍ଯାଳୟ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହା ପରେ ନିଜର ଅଭିଭାଷଣ ରଖିଛନ୍ତି ଶ୍ରୀ ନାୟକ। ଗଣତନ୍ତ୍ରକୁ ସମସ୍ତେ ସମ୍ମାନ ଦେବା ସହ ଭାଇଚାରା ବଜାୟ ରଖି କୋଦଳାର ଉନ୍ନତି ପାଇଁ ସମସ୍ତେ ଉଦ୍ୟମ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଉପାଧ୍ୟକ୍ଷା ରଞ୍ଜିତା ସେଠୀ, କାଉନସିଲର ମଧୁସୂଦନ ଜେନା, କାଉନସିଲର ରିତାଞ୍ଜଳୀ ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। କାଉନସିଲର ରୀତାଞ୍ଜଳୀ ସାହୁଙ୍କ ସମେତ ଏନ୍ଏସି ର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
ଏନ୍ଏସି ଠାରେ ସାଧାରଣତନ୍ତ୍ର ଦିବସ ପାଳନ ପରେ ଅଧ୍ଯକ୍ଷ ଶ୍ରୀ ନାୟକ କୋଦଳା ଠାରେ ଥିବା ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ମଧ୍ୟ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ମେଡିକାଲ କର୍ମଚାରୀଙ୍କ ସମେତ ସାହିତ୍ୟିକ, ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
