You are currently viewing ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ଜାତୀୟ ସେବା ଯୋଜନା ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ*
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ଜାତୀୟ ସେବା ଯୋଜନା ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ*

ବ୍ରହ୍ମପୁର.୨୩/୦୧/୨୦୨୩
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆଜି ଅପରାହ୍ନରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳନ କରାଯାଇଥିଲା। ଏହି ସଭାରେ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଅଧ୍ୟକ୍ଷତା କରିଥିଲେ , ଏହା ସତ୍ତେ କୁଳସଚିବ ଶ୍ରୀ ସଚ୍ଚିଦାନନ୍ଦ ନାୟକ, ଜାତୀୟ ସେବା ଯୋଜନା ସଂଯୋଜକ ଡ଼ଃ ଜୟନ୍ତ କୁମାର ପଣ୍ଡା, ଏଟିଆଈ, ଭୁବନେଶ୍ୱର ର ଅଧ୍ୟାପକ ଶ୍ରୀ ନିରୋଦ ବରଣ ଖୁଣ୍ଟିଆ ଅତିଥି ରୂପେ ଉପସ୍ଥିତ ଥିଲେ। ବିଶ୍ବବିଦ୍ୟାଳୟ ର ପୂର୍ବତନ ପ୍ରଫେସର୍ ତଥା ବିଶିଷ୍ଟ ରାଜନୀତି ବିଜ୍ଞାନୀ ପ୍ରଫେସର୍ ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ଥିଲେ। ସେ ନେତାଜୀଙ୍କ ଇତିହାସ, ଆଦର୍ଶ ଓ ବର୍ତ୍ତମାନ ସମୟରେ ନେତାଜୀଙ୍କ ପରି ବ୍ୟକ୍ତିତ୍ଵ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସଭାର ଆରମ୍ଭରେ ଜାତୀୟ ସେବା ଯୋଜନା ଅଧିକାରୀ ଶକ୍ତି ରଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାରେ ଅନେକ ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ , ଅଣ ଶିକ୍ଷକ କର୍ମଚାରୀ ମାନେ ଉପସ୍ଥିତ ଥିବା ସ୍ଵତ୍ତେ ସଭା ଶେଷରେ ମଧ୍ୟ ମୁଖ୍ୟବକ୍ତା ଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ଏସ ଏମ ମହାବିଦ୍ୟାଳୟର ଯୋଜନା ଅଧିକାରିଣୀ ଡ଼ଃ ତପସ୍ଵିନୀ ଗୌଡ଼ ଧନ୍ୟବାଦ୍ ଅର୍ପଣ କରିବା ସହ ଜାତୀୟ ସଙ୍ଗୀତଗାନ କରି ସଭାର ଶେଷ କରାଯାଇଥିଲା।