You are currently viewing ସମ୍ମାନ ମହେନ୍ଦ୍ରଗିରି ଆଦିମ ଅଧିବାସୀ ମହାସଭା ପକ୍ଷରୁ ସାମାଜିକ ଚିନ୍ତନ ପରିବର୍ଦ୍ଧିତ ବୈଠକ
ସମ୍ମାନ ମହେନ୍ଦ୍ରଗିରି ଆଦିମ ଅଧିବାସୀ ମହାସଭା ପକ୍ଷରୁ ସାମାଜିକ ଚିନ୍ତନ ପରିବର୍ଦ୍ଧିତ ବୈଠକ

ଦିଗପହଣ୍ଡି , ତା,୨୮ /୧୧/୨୨ ( ରଘୁନାଥ ନାୟକ )
ସ୍ବେଚ୍ଛାସେବୀ ସଂଗଠନ ସମ୍ମାନ ଏବଂ ମହେନ୍ଦ୍ରଗିରି ଆଦିମ ଅଧିବାସୀ ମହାସଭା ପକ୍ଷରୁ ରବିବାର ଅହୋରାତ୍ର ସାମାଜିକ ଚିନ୍ତନ ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ ହୋଇଯାଇଅଛି
ଆୟୋଜିତ କାର୍ଯ୍ୟକ୍ରମକୁ ସଂସ୍ଥାର ଉପଦେଷ୍ଟା ପ୍ରାକୃତିକ ଚିକିତ୍ସକ କବିରାଜ ବଦ୍ୟଶ୍ରୀ ଗଜାନନ ତ୍ରିପାଠୀ ତଥା ଆଇନଜୀବୀ ଏବଂ ସମାଜିକ କର୍ମୀ ସାମ୍ବାଦିକ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନ ସଂସ୍ଥାର ପ୍ରତିଷ୍ଠାତା ସଂପାଦକ ସାମାଜିକ କର୍ମୀ ଶୈଳେନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମକୁ ଅୟମାରମ୍ଭ କରିଥିଲେ।
ସମ୍ମାନ ସଂସ୍ଥାର ପ୍ରତିଷ୍ଠାତା ସଦସ୍ଯ ସାମାଜିକ କର୍ମୀ ସୀମାଞ୍ଚଳ ଗୌଡ଼ ଏବଂ ଖଲି ମହାରଣା ଓ ମହେନ୍ଦ୍ରଗିରି ଆଦିମ ଅଧିବାସୀ ମହାସଭାର ପ୍ରତିଷ୍ଠାତା ସଭାପତି ଅର୍ଜୁନ ମଳିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସତ୍ୟବଟ ନିକଟରେ ଗଛମାଁ ପୂଜାର୍ଚ୍ଚନା ସମେତ ହରିନାମ ସଂକିର୍ତ୍ତନ କାର୍ଯ୍ୟକ୍ରମକୁ ଉପଦେଷ୍ଟା ଗଜାନନ ତ୍ରିପାଠୀ ଏବଂ ସମ୍ମାନ ସଂସ୍ଥାର ପ୍ରତିଷ୍ଠାତା ସଂପାଦକ ଶୈଳେନ୍ଦ୍ର ପଟ୍ଟନାୟକ ଉଦ୍‌ଘାଟନ ପୂର୍ବକ ପୁଷ୍ପାଂଜଳି ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ସୁଶିଲ ପଟ୍ଟନାୟକ, ସତୀଶ ଆଚାର୍ଯ୍ୟ, ରବିନ୍ଦ୍ର ଗୌଡ଼, ଦିନବନ୍ଧୁ ରାଉତ, ମହେନ୍ଦ୍ରଗିରି ମହେନ୍ଦ୍ରଗଡ଼ର ବାରିକ ମଲିକ, ମହାସଭାର ସାଂପ୍ରତିକ ସଂପାଦକ ସୁଦୟା ମଲିକ,ସହେବ ମହାଂକୁଡ଼ ପ୍ରମୁଖ କାର୍ଯ୍ୟକ୍ରମକୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।
ସମ୍ମାନର ପ୍ରାକ୍ତନ ସ୍ବେଚ୍ଛାସେବୀ କର୍ମୀ ସମୁହଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ମହେନ୍ଦ୍ରଗିରି ଆଦିମ ଅଧିବାସୀ ମହାସଭା ଏବଂ ସମ୍ମାନ ସଂସ୍ଥାର ଦିବଂଗତ ସଦସ୍ୟ କର୍ମୀ ମାନଙ୍କର କାର୍ଯ୍ୟଧାରା ଉପରେ ଆଲୋକପାତ କରାଯିବା ସହିତ ଏକ ମିନଣ୍ଟ ନୀରବ ପ୍ରାର୍ଥନା କରାଯାଇଥିଲା। ୧୯୮୬ ମସିହାରେ ରୋପଣ କରାଯାଇଥିବା ସତ୍ୟ ବଟ ମହାକଳ୍ପଦୃମରେ ପରିଗଣିତ ହୋଇଅଛି, ତେବେ ଅହଂକାର ସର୍ବସ୍ବ ହେତୁ ସଂସ୍ଥାର ଅହେତୁକ ବିଡ଼ମ୍ବନା ସଂସ୍ଥାର ଶ୍ରୀହିନ ଅବସ୍ଥାରେ ସଂପୃକ୍ତ ପ୍ରାତିଷ୍ଠାତା ସଦସ୍ୟ ନିଜକୁ କ୍ଷମାପ୍ରାର୍ଥନା କରିଥିବା ପରିବେଶ ମହାସଭା ହୃଦୟଙ୍ଗମ କରିବା ସହିତ ଏଣିକି ସମସ୍ତ ସାଂଗଠନିକ ଗଠନ ମୂଳକ କାର୍ଯ୍ୟକ୍ରମକୁ ସହଯୋଗ କୌଣସି ପ୍ରକାରର ଚୁକ୍ତି ନଥାଇ କରିବ ବୋଲି ମହାସଭା ପକ୍ଷରୁ ଅର୍ଜୁନ ମଳିକ ଏବଂ ଯୁବ ନେତୃତ୍ବ ସମୁହ ସ୍ବତହ ଘୋଷଣା କରିଥିଲେ। ମହାସଭାର ୪ଜୋନ୍‌ରୁ ୪୧ ଗ୍ରାମରୁ ୭୦୦ରୁ ଉର୍ଦ୍ଧ ଉଭୟ ମହିଳା ପୁରୁଷ ଯୋଗଦେଇ ଆଗାମୀ ଦିନରେ ମହାସଭା ଏବଂ ସମ୍ମାନ ସଂସ୍ଥାର ଅଗ୍ରଗତି ହେତୁ ଗ୍ରାମ୍ୟକମିଟି ଗଠନ ଯୁବ ନେତୃତ୍ବ ଉପରେ ଗୁରୁତ୍ୱ ଦେଇ ସମସ୍ତ ପରିବର୍ଦ୍ଧିତ ସାମାଜିକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଘେନି ନିଷ୍ପତି ହୋଇଥିଲା । ଶେଷରେ ସଭାପତି ଅର୍ଜୁନ ମଳିକ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ। ପ୍ରସାଦ ସେବନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହସ୍ରାଧିକ ଲୋକେ ପ୍ରସାଦସେବନ କାର୍ଯ୍ୟକ୍ରମରେ ସାମିଲ ଥିବା ଦେଖିବାକୁ ମିଳିଛି