You are currently viewing ରେଡ୍ ରିବନ୍ କ୍ଳବ୍ ତରଫରୁ ପୁରସ୍କାର ବିତ୍ତରଣ ଉତ୍ସବ
ରେଡ୍ ରିବନ୍ କ୍ଳବ୍ ତରଫରୁ ପୁରସ୍କାର ବିତ୍ତରଣ ଉତ୍ସବ

ଜଗନ୍ନାଥ ପ୍ରସାଦ: ୧୯.୧୨.୨୦୨୩( ଚିତ୍ତରଞ୍ଜନ ଗନ୍ତାୟତ ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡ୍ ରିବନ୍ କ୍ଳବ୍ ତରଫରୁ ଓଡ଼ିଶା ଏଡ଼ସ ନିୟନ୍ତ୍ରଣ ସଂସ୍ଥା ସହାୟତାରେ ବିଶ୍ଵ ଏଡ଼ସ ନିରାକରଣ ସକାଶେ ଅନୁଷ୍ଠାନର ପରିସର ମଧ୍ୟରେ ବିଶ୍ଵ ଏଡ଼ସ ଦିବସ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପୁରସ୍କୃତ ବିତ୍ତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନଙ୍କ ପୌରୋହିତ୍ୟରେ ଏବଂ ରେଡ୍ ରିବନ୍ କ୍ଲବ କାଉନସିଲର ପ୍ରାଧ୍ୟାପକ ଶ୍ରୀଯୁକ୍ତ ଲୋକନାଥ ମହାନ୍ତିଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀ ମାନେ ଜଗନ୍ନାଥ ପ୍ରସାଦ ଠାରୁ ଜିରାବାଡ଼ି ଗ୍ରାମ ପର୍ଯ୍ୟନ୍ତ ଏକ ସାଇକେଲ ରାଲେ ଓ ସଚେତନତା ସଭା ଅନୁଷ୍ଠିତ କରି ଏଡ଼ସ ନିରାକରଣ ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନତା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏଡ଼ସ ସମ୍ବନ୍ଧୀୟ ପ୍ରବନ୍ଧ, ବକୃତା, ସାଧାରଣ ଜ୍ଞାନ, ସ୍ଲୋଗାନ , ଚିତ୍ରାଙ୍କନ, ଏକ ମିନିଟ୍ ଭିଡିଓ ସଚେତନତା ବାର୍ତ୍ତା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ସାରସ୍ଵତ ଉତ୍ସବରେ ଗଞ୍ଜାମ ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଅଧ୍ୟାପକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଡ଼ଃ ଜୟଦେବ ଗୌଡ଼, ଶ୍ରୀଯୁକ୍ତ ଭାସ୍କର ଗୌଡ଼, ପ୍ରଶାନ୍ତ ରଥ, ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର ଯୋଗଦେଇ ଥିଲେ । ଚଳିତ ବର୍ଷର ବିଷୟ ବସ୍ତୁ ଥିଲା “ଗୋଷ୍ଠୀ ସମୂହକୁ ନେତୃତ୍ବ ନିଅ” ଥିବାରୁ ସ୍ବେଚ୍ଛାସେବୀ ମାନେ ଗାଁ କୁ ଯାଇ ଏଡ଼ସ ଦୂରୀକରଣ ପାଇଁ ଶପଥ ନେଇଥିଲେ । ୧୦୯୭ ହେଲ୍ପ ଲାଇନ୍, ପଥପ୍ରାନ୍ତ ନାଟକ ଓ ପ୍ରଚାର ପତ୍ର ମାଧ୍ୟମରେ ଜନ ଜାଗରଣ ସୃଷ୍ଟି କରିବା ପାଇଁ ଉଦ୍ୟମ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ତଥା ଡି.ଇ.ଓ ସରୋଜ କୁମାର ନାୟକ ସ୍ବେଚ୍ଛାସେବୀ ଗୋପାଳ ପାତ୍ର, ମନୋଜ କୁମାର ପ୍ରଧାନ, କାହ୍ନୁ ଚରଣ ପ୍ରଧାନ, ଗୋପାଳ ନାୟକ, ଆରତୀ ଆଳତିଆ, ସାଗର ନାୟକ, ରାହୁଲ ସ୍ୱାଇଁ , ନନ୍ଦିନୀ ପ୍ରଧାନ, ଲିଜା ପାଣିଗ୍ରାହୀ ଓ ଅଙ୍କିତା ଡାକୁଆ ଆଦି ସହଯୋଗ କରିଥିଲେ ।