You are currently viewing ଅଣସଂକ୍ରାମକ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ।
ଅଣସଂକ୍ରାମକ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ।

( ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)

କୋଦଳା(୧୭/୦୩ /୨୦୨୩)
ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୋଦଳା ତରଫରୁ ଆଜି ରେଞ୍ଜର ଡାକ ବଙ୍ଗଳା ସାହିରେ ଏକ ଅଣସଂକ୍ରମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଶିବିରକୁ ୨ ନମ୍ବର ଓ୍ବାର୍ଡ ସଭ୍ୟା ଝିଲି ପ୍ରଧାନକଂ ଦ୍ବାରା ଏହାର ଉଦଘାଟନ କରାଯାଇଥିଲା। ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ସୁରେଶ ଚନ୍ଦ୍ର ପାତ୍ର, ଫିଜିଓଥେରାପି ଦେବାଶିଷ ପତିଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ, ସ୍ଥାନୀୟ ଆଶା ଦିଦି, ମହିଳା ସ୍ୱାସ୍ଥ୍ୟକର୍ମୀ ମାନେ ଯୋଗଦାନ କରି ସହଯୋଗ କରିଥିଲେ । ଦୀର୍ଘ ୪ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୧୭,୧୮,୨୦,୨୧ ରେ ବିଭିନ୍ନ ସାହିରେ ଏଭଳି ଶିବିର ଆୟୋଜନ କରାଯିବାକୁ ଲକ୍ଷ୍ୟ ରହିଛି। ଏହି ସ୍ୱାସ୍ଥ୍ୟ ଶିବିରରେ ଜିଲ୍ଲା ସିଡ଼ିଏମଓ ଅଫିସ ତରଫରୁ ପ୍ରୋଗ୍ରାମ ମ୍ୟାନେଜର ପ୍ରେମାନନ୍ଦ ସାମନ୍ତରାୟ ଯୋଗଦାନ କରି ଉକ୍ତ ଶିବିରକୁ ନିରୀକ୍ଷଣ ଓ ତଦାରଖ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ୧୨୦ ରୁ ଉର୍ଦ୍ଧ ସ୍ଥାନୀୟ ଅଂଚଳର ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ରକ୍ତ ପରୀକ୍ଷା, ଔଷଧ ଓ ଡାକ୍ତର ପରାମର୍ଶ ଉପଲବ୍ଧ କରାଯାଇଥିଲା ।