ଏସ.ସି.ଏସ ସେକ୍ରେଟାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି
ଗୋପାଳପୁର,୨୧/୧୨/୨୨:ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକର ଗଞ୍ଜୁ ପଞ୍ଚାୟତର ସମବାୟ ସମିତିରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ନେଇ ଆଜି ପଂଚାୟତ ବାସି ଓ ଚାଷୀ ଏକତ୍ରିତ ହୋଇ ପଞ୍ଚାୟତର ସମବାୟ ସମିତି କାର୍ଯ୍ୟଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । ସମବାୟ ସମିତି ଲିଃ କାଯ୍ୟାଳୟରେ ତାଲା ଝୁଲୁଥିବା ହେତୁ ଅଞ୍ଚଳବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଇଛନ୍ତି। ଛଅ ମାସ ପୂର୍ବେ ଏପରି ଘଟଣାକୁ ନେଇ ବ୍ରହ୍ମପୁର ସମବାୟ ସମିତି ଆସିଷ୍ଟାଣ୍ଟ ରେଜିଷ୍ଟରଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଯାଇନଥିବା ଯୋଗୁଁ ହେତୁ ଅଞ୍ଚଳବାସି ବହୁଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯେମିତି କି ଗଞ୍ଜୁ ପଞ୍ଚାୟତରେ ଚାଷୀଙ୍କୁ ଠିକ୍ ସମୟରେ ସାର ମିଳୁନାହିଁ, ଏସସିଏସ୍ ସେକ୍ରେଟରି କୃଷକଙ୍କୁ ରୁଡ୍ ଆଚରଣ ପ୍ରଦର୍ଶନ କରୁଛନ୍ତି ଏବଂ କୃଷକ କୃଷି ବୀମା ରାଶି ପାଇନାହାଁନ୍ତି ଏପରିକି ଅଧିକାଂଶ ସମୟରେ ପଞ୍ଚାୟତର ସମବାୟ ଅଫିସରେ ତାଲା ପଡି ରହୁଛି l ଏସ.ସି.ଏସ ସେକ୍ରେଟାରୀ ମନ ରଞ୍ଜନ ପାଢ଼ୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ । ଏହିପରି ବିଭିନ୍ନ ଅସୁବିଧା ଗଞ୍ଜୁ ପଞ୍ଚାୟତର ସମବାୟରେ ରହୁଥିବା ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ସେହିପରି ଆଜି ଏହି ସବୁ ସମସ୍ୟା ନେଇ ବ୍ରହ୍ମପୁର ସମବାୟ ସମିତିର ସହକାରୀ ରେଜିଷ୍ଟ୍ରାର ଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବ ବୋଲି ଚାଷୀମାନେ କହିଛନ୍ତି l ଏହି ସବୁ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ , ଜିଲ୍ଲାପାଳ ଗଞ୍ଜାମ, ବ୍ରହ୍ମପୁରଉପଜିଲ୍ଲାପାଳ,ରଙ୍ଗେଇଲୁଣ୍ଡା ବିଡିଓ ଙ୍କୁ ବ୍ରହ୍ମପୁର ସମବାୟ ସମିତିର ସହକାରୀ ରେଜିଷ୍ଟ୍ରାର ଙ୍କ ଜରିଆରେଦାବିପତ୍ର ଦିଆଯିବ ନେଇ ସରପଞ୍ଚ ନିରଞ୍ଜନ ବେହେରା କହିଛନ୍ତି। ଆଗାମୀ ଦିନରେ ଯଦି ଚାଷୀ ସମସ୍ୟା ସମାଧାନ ନ ହୁଏ ତେବେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ପଞ୍ଚାୟତ ବାସି ଚେତାବନୀ ଦେଇଛନ୍ତି । ଆଜିର ଗଣ ଧାରଣାରେ ଗଞ୍ଜୁ ପଂଚାୟତର ସରପଞ୍ଚ ନିରଞ୍ଜନ ବେହେରା ,ଗଞ୍ଜୁ ସମବାୟ ସମିତିର ସଭାପତି ଭଗୀରଥି ପାଣିଗ୍ରାହୀ,ସୋସାଇଟିର ନିର୍ଦେଶକ ପ୍ରତାପ ଚନ୍ଦ୍ର ବେହେରା ଭଳାନାଥ ପାଢ଼ୀ, ନାରାୟଣ ପାଳ ସମେତ ପଞ୍ଚାୟତର ବହୁ ଲୋକ ସହ ଚାଷୀ ଉପସ୍ଥିତ ରହିଥିଲେ ।
