କଟକ ସଦର : ଆଜି ମାନେ ପଡନ୍ତି ଓଡ଼ିଆ କବି ଭକ୍ତ କବି ମଧୁସୂଦନ ରାଓ ଯେ କି ଥିଲେ ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଏବଂ ଓଡ଼ିଆ ଭାଷା ର ପ୍ରଥମ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ,କବି,ସାହିତ୍ୟିକ,ପଣ୍ତିତ,ସୁସଂଠକ ଓ ସମାଜ ସଂସ୍କାରକ । ତାଙ୍କ ଲେଖନୀ ନିଶୃତ ବସନ୍ତ ଗାଥା,ଉତ୍କଳ ଗାଥା,ଛାନ୍ଦମାଳା,କୁସୁମାଞ୍ଜଳି,ପ୍ରବନ୍ଧ ମାଳା,କବିତାବଳୀ ଓ ସୁଖ ବୋଧ ଅଭିଯାନ ପ୍ରଭୁତିର ରଚୟିତା ତାଙ୍କର ଆଜି ୧୧୦ ତମ ଶ୍ରାଦ୍ଧ ଉତ୍ସବ ରେ କଟକ ସଦର ୪୨ ମୌଜାର ଅଗ୍ରଣୀ ସାମାଜିକ ସଂଗଠନ ପଟଣା ତରଫରୁ ବ୍ରହ୍ମ ମୁହୂର୍ତ୍ତରେ ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ଭବନରେ ପ୍ରତିଷ୍ଠାନର ସମ୍ପାଦକ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
