You are currently viewing ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଆମ୍ବଗାଁ ପଞ୍ଚାୟତରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା l
ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଆମ୍ବଗାଁ ପଞ୍ଚାୟତରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା l

ସାନଖେମୁଣ୍ଡି,୨୫.୪.୨୩(ଅଜୟ କୁମାର ସ୍ୱାଇଁ ):ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆମ୍ବଗାଁ ପଂଚାୟତ କାଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏହାକୁ ସ୍ଥାନୀୟ ସରପଞ୍ଚ ସୁନିତା ସେଠି ପରିଚାଳନା କରିଥିଲେ । ଶିବିରରେ ୬୫ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି । ସେଥି ମଧ୍ୟରୁ ପରଳ ରୋଗୀ ୨୫ ଜଣ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କୁ ମାଗଣାରେ ଚଷମା ପ୍ରଦାନ ଓ ଅଧିକ ଚିକିତ୍ସା ପାଇଁ ୧୫ ଜଣଙ୍କୁ ଶଙ୍କର ଚକ୍ଷୁ ହସ୍ପିଟାଲ ସମରଝୋଳ କୁ ପଠାଯାଇଥିଲା. ଏକ ସ୍ୱତନ୍ତ୍ର ଗାଡି ସାହାଯ୍ୟ ରେ ସମସ୍ତ ୨୫ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଥିଲେ l
ଏଥି ସହିତ ଅପରେସନ ପାଇଁ ରାଜ୍ୟ ସରକାର ଙ୍କ ଦ୍ୱାରା ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଯୋଗାଇଦିଆଯିବ। ପଂଚାୟତ ପକ୍ଷରୁ ସରପଞ୍ଚ ପ୍ରତିନିଧି ଦେବରାଜ ସେଠି,ସମିତି ସଭ୍ୟ କାଳୁ ଚରଣ ଭୂୟାଁ,ଲାବଣ୍ୟ ଦୋରା, ପୀତବାସ ସ୍ୱାଇଁ, ସମୀର କୁମାର ସାହୁ, ପୀତବାସ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶଙ୍କର ଚକ୍ଷୁ ଚିକିତ୍ସା ପକ୍ଷରୁ କ୍ୟାମ୍ପ ମ୍ୟାନେଜର ଚିତ୍ରସେନ ଗୌଡ଼,ଡାକ୍ତର ଭଗବାନ ପଣ୍ଡା, ସୋନାଲି ସ୍ୱାଇଁ, ପାୟଲ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷଣ କରିଥିଲେ । ସମସ୍ତ ରୋଗୀ ଙ୍କ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବା ସହ ଔଷଧ, ଚଷମା ମାଗଣରେ ଦିଆଯାଇଥିଲା ଏବଂ ସମସ୍ତ ଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା ମଧ୍ୟ୍ୟ ସରପଞ୍ଚ ପ୍ରତିନିଧି ଦେବରାଜ ସେଠି ଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା l