You are currently viewing ଗଞ୍ଜାମ ର ପ୍ରସିଦ୍ଧ ଶକ୍ତିପୀଠ ମାଁ ରାମଚଣ୍ଡୀ ପୀଠ ହେବ ପ୍ଲାଷ୍ଟିକ ମୁକ୍ତ ପୀଠ
ଗଞ୍ଜାମ ର ପ୍ରସିଦ୍ଧ ଶକ୍ତିପୀଠ ମାଁ ରାମଚଣ୍ଡୀ ପୀଠ ହେବ ପ୍ଲାଷ୍ଟିକ ମୁକ୍ତ ପୀଠ

ଛତ୍ରପୁର ତା ୧୫/୧୨/୨୫(ଅରୁଣ କୁମାର ପଣ୍ଡା )ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିନ୍ଧ୍ୟବାସିନୀ ମା’ ରାମଚଣ୍ଡୀ ଦେବୀ ବିଦ୍ୟମାନ । ପୂଣ୍ୟତ୍ତୋୟା ଋଷିକୂଲ୍ୟା ନଦୀର କୁଳୁକୁଳୁତାନର ପ୍ରାକୃତିକ ଶୋଭା ପରିବେଶ ମଧ୍ୟରେ ଏଠି ଏହି ପୂଣ୍ୟପୀଠ ଶାକ୍ତ ଧର୍ମର ସାଂସ୍କୃତିକ ବାର୍ତ୍ତା ବହନ କରେ । ଏହି ଅବସରରେ ମା’ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଏବଂ ପରିଚାଳନା କମିଟି, ପୂଜା କମିଟି ପକ୍ଷରୁ ଏକ ଭବ୍ୟ-ସମାବେଶ ରବିବାର ଦିନ ଆୟୋଜିତ ହୋଇଯାଇଛି । ଏହି ଭବ୍ୟ ପ୍ରତିଷ୍ଠିତ ମା’ ରାମଚଣ୍ଡୀ ମନ୍ଦିରର ଐତିହ୍ୟ, ପୌରାଣିିକ ତଥ୍ୟକୁ ରୂପାୟନ କରି ଆଗାମୀ ଦିନରେ ମାଁ ରାମଚଣ୍ଡୀ ପୀଠକୁ ସବୁଜ ସୁନ୍ଦର ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏହି ସମାବେଶ କରାଯାଇଥିଲା ।

ଏହି ଅବସରରେ ମାନ୍ୟବର ଛତ୍ରପୁର ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ମନ୍ଦିର କମିଟି ଉପଦେଷ୍ଟା ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ) ଙ୍କ ଦ୍ୱାରା ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି ଅବସରରେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ କରପଡା ଗ୍ରାମ ପଞ୍ଚାୟତ ର ମିଳିତ ଆନୁକୂଲ୍ୟରେ ଓ ମାଁ ରାମଚଣ୍ଡୀ ଟ୍ରଷ୍ଟ, ମନ୍ଦିର ପରିଚାଳନା ଓ ପୂଜା କମିଟି ର ନେତୃତ୍ୱ ରେ ମାଁ ରାମଚଣ୍ଡୀ ପିଠକୁ ପ୍ଲାଷ୍ଟିକ ମୁକ୍ତ ପୀଠ କରିବା ପାଇଁ ଏହି ସ୍ୱଚ୍ଛତା ହିଁ ସେଵା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଓ କରପଡା ପଞ୍ଚାୟତର ସରପଞ୍ଚ ଶ୍ରୀ ଅଜୟ ନାୟକ,ଶ୍ରୀ ପ୍ରଶାନ୍ତ କୁମାର, ନାୟକ(ପରିଚାଳନା କମିଟି ସଭାପତି),ଶ୍ରୀ ସି.ଏଚ ଦୟାନନ୍ଦ ରେଡ୍ଡୀ(ପୂଜା କମିଟି ସଭାପତି),ଶ୍ରୀ ପ୍ରସନ କୁମାର ଦାଶ(କାର୍ଯ୍ୟ ନିର୍ବାହୀ ଅଧିକାରୀ), ଶ୍ରୀ କମଳ କାନ୍ତ ପଣ୍ଡା, (ପି.ଇ.ଓ,କରପଡା ଜି.ପି )ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ସମସ୍ତ ଅତିଥି ମାନଙ୍କ ଉପସ୍ଥିତି ରେ ମନ୍ଦିରକୁ ବିଭିନ୍ନ ସ୍ୱଚ୍ଛତା ସରଞ୍ଜାମ ହସ୍ତାନ୍ତର କରିବା ସହିତ ଆଗାମୀ ଦିନରେ ମନ୍ଦିରକୁ ପ୍ଲାଷ୍ଟିକ ମୁକ୍ତ ଓ ସ୍ବଦେଶୀ ବସ୍ତୁ ବ୍ୟବହାର କରିବା ଦିଗରେ ଏକ ଶପଥପାଠ କରାଯାଇଥିଲେ l ଏହି କାର୍ଯ୍ୟକ୍ରମ କୁ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟି ର ସଦସ୍ୟ ମାନେ ଉପସ୍ଥିତ ରହି ସଂଯୋଜକ କମଳ କୁମାର ପଣ୍ଡା ଓ ସହ ସଂଯୋଜକ ତୁଷାର ଶତପଥୀଙ୍କ ଦ୍ୱାରା ଭଵ୍ୟତାର ସହିତ ପରିଚାଳନା କରାଜାଈଥିଲା l