You are currently viewing ନନ୍ଦପଣ୍ଡାପଲି ଓ ରୁକୁଣିଗାଁ ର ଦୁଇ ମୃତ ବ୍ୟକ୍ତି ଙ୍କ ପରିବାର ଙ୍କୁ ଭେଟି ଆର୍ଥିକ ସହାୟତା କଲେ ଛତ୍ରପୁର ବିଧାୟକ
ନନ୍ଦପଣ୍ଡାପଲି ଓ ରୁକୁଣିଗାଁ ର ଦୁଇ ମୃତ ବ୍ୟକ୍ତି ଙ୍କ ପରିବାର ଙ୍କୁ ଭେଟି ଆର୍ଥିକ ସହାୟତା କଲେ ଛତ୍ରପୁର ବିଧାୟକ

ଛତ୍ରପୁର ତା ୧୨/୧୨/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ବଉଳଗାଁ ପଂଚାୟତ ର ନନ୍ଦପଣ୍ଡାପଲି ଗ୍ରାମ ର ରଞ୍ଜନ ପରିଡା ସୁରଥ ରେ ଶ୍ରମିକ ଭାବେ କାମ କରୁଥିଲେ ଏବଂ ସେ କିଡ଼ନୀ ରୋଗ ରେ ଆକ୍ରାନ୍ତ ଥାଇ ମୃତ୍ୟୁ ବରଣ କରିଥିଲେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପହଂଚି ମୃତ ରଞ୍ଜନ ର ପରିବାରକୁ ୧୦ହଜାର ଟଙ୍କା ର ଆର୍ଥିକ ସହାୟତା କରିବା ସହ ଜିଲ୍ଲା ପ୍ରଶାସନ ରେଡକ୍ରସ ତରଫରୁ ୩୦ହଜାର ଟଙ୍କା ଆର୍ଥିକ ରାଶି ର ଏକ ଚେକ ପ୍ରଦାନ କରାଯାଇଥିଲା ସେହିପରି ରୁକୁଣି ଗାଁ ର କ୍ୟାନ୍ସର ପୀଡିତ ସିମାଞ୍ଚଳ ଦାସ ଙ୍କ ମୃତ୍ୟୁ ହୋଇଥିବା ଶୁଣି ତାଙ୍କ ପରିବାର ବର୍ଗ ଙ୍କୁ ଭେଟି ସିମାଞ୍ଚଳ ଙ୍କ ଧର୍ମ ପତ୍ନୀ ରୀନା ଦାସ ଙ୍କୁ ସାକ୍ଷାତ କରି ପରିବାର କୁ ୧୦ହଜାର ଟଙ୍କା ର ଆର୍ଥିକ ରାଶି ପ୍ରଦାନ କରିଥିଲେ ବିଧାୟକ ଙ୍କ ଏହି ଗସ୍ତ ସମୟ ରେ ତାଙ୍କ ସହ ପୂର୍ବତନ ଗଞ୍ଜାମ ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ, ଶ୍ରମିକ ନେତା N ଦୁର୍ଯ୍ୟୋଧନ ରେଡ୍ଡୀ, ଯୁବନେତା ବନୋଜ ନାହାକ, ବଉଳଗାଁ ସମିତି ସଭ୍ୟ ରାମ ଚନ୍ଦ୍ର ପରିଡା, ବଉଳଗାଁ ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ପରିଡା, ପୂର୍ବତନ ସରପଞ୍ଚ ବିଜୟକୁମାର ପରିଡା,ବିଜେପି ନେତା ପଦ୍ମ ପରିଡା ଓ ମଙ୍ଗଳା ପାଣିଗ୍ରାହୀ ପ୍ରମୁଖ ନେତା ବିଧାୟକ ଙ୍କ ସହ ଥିଲେ