ଭୁବନେଶ୍ୱର , ୨୬/୦୯ -:- ଭୁବନେଶ୍ୱର ରେ ଗ୍ଲୋବାଲ ଇନ୍ଷ୍ଟିଚ୍ୟଟ ଅଫ ମ୍ୟାନେଜମେଣ୍ଟ ବା ଜି.ଆଈ.ଏମ୍ ପକ୍ଷରୁ ପାଳିତ ହେଲା ” ଆଗମନ ୨୦୨୩ ” କାର୍ଯ୍ୟକ୍ରମ. ଏହାକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ ଚଳିତ ୨୦୨୩-୨୫ ପାଇଁ ନୂଆ ଛାତ୍ର ଛାତ୍ରୀ ଙ୍କୁ ଆଶିଷ ବାଣୀ ପ୍ରଦାନ କରିଥିଲେ. ସଂମ୍ମାନିତ ଅତିଥି ଭାବେ GIM ର ନିର୍ଦେଶକ ସଂଗ୍ରାମ କେଶରୀ ପଟନାୟକ, ମଇଥାନ ଇସ୍ପାତ ଲିମିଟେଡ଼ ର ମାନବ ସମ୍ବଳ ମୁଖ୍ୟ ଅଧିକାରୀ ମାନସ ରଞ୍ଜନ ମାନ୍ଧାତା, GIM ଅଧ୍ୟକ୍ଷ ପ୍ରଫେସର ଡ଼. ନରେନ୍ଦ୍ର କିଶୋର ମିଶ୍ର ଯୋଗ ଦେଇ ନୂଆ ଛାତ୍ର ଛାତ୍ରୀ ମାନେ କିଭଳି MBA/MCA କ୍ଷେତ୍ର ରେ ଭଲ ପାଠ ପଢି ଦେଶ ତଥା ରାଜ୍ୟ ପାଈଁ ସୁନାମ ଆଣିବେ ସେହି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ. GIM ଡିନ ଡ଼. ମୁନମୁନ ମହାନ୍ତି ଅତିଥି ପରିଚୟ ଦେଇଥିବା ବେଳେ ଡିନ ପ୍ରଫେସର ଵିପୁଲ କୁମାର ଧନ୍ୟବାଦ ଦେଇଥିଲେ. ଏହା ପରେ ଅପରାହ୍ନ ରେ ଦୁଇଟି ସେସନ ରେ GIM ର ବରିଷ୍ଠ ଅଧ୍ୟାପକ ଅଧ୍ୟାପିକା ଙ୍କ ସହ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଭାବ ବିନିମୟ କାର୍ଯ୍ୟକ୍ରମ କରାଯାଇଥିଲା ।
