ଗଞ୍ଜାମ : ବୁଗୁଡ଼ା : ୦୮/୦୩/୨୬ : (ଡ. କୁମୁଦ ଚନ୍ଦ୍ର ବେହେରା ) ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉପସ୍ଥିତ ରେ ସୋଡକ ପଞ୍ଚାୟତର ଖେଳ ପଡିଆରେ ବିଜେପି କର୍ମୀଙ୍କ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଦଳର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହେବା ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେପିର ଯୁବ ନେତା ପୃଥ୍ୱୀରାଜ ଭଞ୍ଜଦେଓ ଙ୍କ ତତ୍ତ୍ଵାବଧାନ ଓ ସୋଡକ ପଞ୍ଚାୟତ ସରପଞ୍ଚ ଉତ୍କଳ ପ୍ରଧାନଙ୍କ ନେତୃତ୍ୱରେ ସମିତି ସଭ୍ଯା ଗୀତା ସେଠୀ, ନାଏବ ସରପଞ୍ଚ କୀରଣ ମହାରଣା, ଓ୍ବାର୍ଡ ମେମ୍ବର ଯୁଗଳ ନାହାକ, ଭିକାରୀ ପ୍ରଧାନ, କାହ୍ନୁଚରଣ ହୋତା, ରାମକୃଷ୍ଣ ନନ୍ଦ, ଶଶି ବେହେରା ଓ ମିଟୁ ପ୍ରଧାନ ସମେତ ବିଜେଡି ଆଗଧାଡିର କର୍ମୀ ବିରେନ୍ଦ୍ର ଭଞ୍ଜଦେଓ, ଜିତେନ୍ଦ୍ର ସାହୁ, ରାମଚନ୍ଦ୍ର ପ୍ରଧାନ, ନାରାୟଣ ପ୍ରଧାନ, ଭିକାରୀ ଭଞ୍ଜ ସାମନ୍ତ, ରମେଶ ଚନ୍ଦ୍ର ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ, ସିମାଞ୍ଚଳ ମହାରଣା, ରବିନ୍ଦ୍ର ଭଞ୍ଜଦେଓ, ରାମଚନ୍ଦ୍ର ବେହେରା ପ୍ରମୁଖ ବହୁ କର୍ମୀ ପଞ୍ଚାୟତର ଉନ୍ନତି ପାଇଁ ବିଜେପିରେ ଯୋଗଦେଇଛନ୍ତି। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦାନ କରିଥିବା କର୍ମୀଙ୍କୁ ବିଜେପି ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସମ୍ମାନର ସହ ବିଜେପି ଦଳରେ ସାମିଲ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ନେତା ପ୍ରଭାକର ପଣ୍ଡା, ଯୁବନେତା ଜଗନ୍ନାଥ ବାଢେଇ, ଚିରିକିପଡା ଶାସନ ସରପଞ୍ଚ ଭଗବାନ ସାହୁ ଓ ରଘୁନାଥ ଭୂୟାଁ, ରାଜେନ୍ଦ୍ର ପାତ୍ର, ମୋତିରାମ ସାହୁ, ରାମକୃଷ୍ଣ ମହାପାତ୍ର, ରଘୁନାଥ ପଣ୍ଡା, କେଦାରନାଥ ମହାରଣା, ସଞ୍ଜିବ ପାତ୍ର, ଦୀପକ ପୋଲାଇ, ମହେଶ୍ୱର ପରିଡ଼ା, ପ୍ରଶନ ଡାକୁଆ, ରାମକୃଷ୍ଣ ପ୍ରଧାନ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।
