କୋଦଳା (୦୭/୧୧/୨୦୨୩)
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଜାପଲ୍ଲୀ ଠାରେ ମଂଗଳବାର ମହିଳା ବିଜେଡ଼ିର ଏକ ବିଶାଳ ପଦଯାତ୍ରା ସହ ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କୋଦଳା ପୂର୍ବତନ ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁ ଯୋଗଦେଇ ହଜାରରୁ ଊର୍ଦ୍ଧ୍ବ ମହିଳାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏହି ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଖଜାପଲ୍ଲୀ ପଞ୍ଚାୟତର ହଜାରରୁ ଅଧିକ ମହିଳା ଯୋଗ ଦେଇଥିଲେ। ଖଜାପଲ୍ଲୀ ଗ୍ରାମ ପରିକ୍ରମା କରିବା ପରେ ଗ୍ରାମରେ ଏକ ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଯୋଜନା ବିଷୟରେ ମହିଳାଙ୍କୁ ଅବଗତ କରାଇବା ସହ ଏନେଇ ତୃଣମୂଳସ୍ତରରେ ସଚେତନତା କରାଇବାକୁ ମହିଳାଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀମତୀ ସାହୁ। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନବୀନ ସରକାର ଲୋକମାନଙ୍କ ପାଇଁ ଯୋଜନା କରିଛନ୍ତି। ଏହାକୁ ସଠିକ ଭାବରେ ପହଞ୍ଚାଇବା ପାଇଁ ଆମେ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ। ସେପଟେ ଆଗାମୀ ସାଧାରଣ ନିର୍ବାଚନରେ ପୂର୍ବତନ କୋଦଳା ଅଧ୍ଯକ୍ଷା ଶ୍ରୀମତୀ ସାହୁଙ୍କ ପରିବାରକୁ ବିଜୁ ଜନତା ଦଳରୁ ପ୍ରାର୍ଥୀ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି ମହିଳା।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
