You are currently viewing <em>୪୧ ଓ ୪୨ ନମ୍ବର ୱାର୍ଡରେ ବିଜେଡ଼ିର ବିଶାଳ ଜନ ସମ୍ପର୍କ ପଦଯାତ୍ରା</em>
୪୧ ଓ ୪୨ ନମ୍ବର ୱାର୍ଡରେ ବିଜେଡ଼ିର ବିଶାଳ ଜନ ସମ୍ପର୍କ ପଦଯାତ୍ରା

*ପଦଯାତ୍ରା ମାଧ୍ୟମରେ ସରକାରଙ୍କ ଜନ ହିତକର ଯୋଜନାକୁ ପ୍ରତି ଘରେ ଲୋକଙ୍କ ପାଖରେ ପହଞ୍ଚେଇବାର ଭିନ୍ନ ପ୍ରୟାସ କରାଯାଉଛି : ଡ଼ଃ.ଗୋପବନ୍ଧୁ ଦାସ *

ବ୍ରହ୍ମପୁର:(ଅମିତ୍ କୁମାର ସାହୁ)୧୫/୧୧/୨୨: ବ୍ରହ୍ମପୁର ମହାନଗର ବିଜେଡ଼ି ତରଫରୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ତଥା ୪୧ ଓ ୪୨ ନମ୍ବର ୱାର୍ଡରେ ମଙ୍ଗଳବାର ମହାନଗର ବିଜେଡ଼ି ପକ୍ଷରୁ ଏହି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪୧ ନମ୍ବର ୱାର୍ଡ କର୍ପୋରେଟର ମଳୟ କୁମାର ବିଷୋୟୀଙ୍କ ତତ୍ତ୍ଵାବଧାନରେ ଜୟ ପ୍ରକାଶ ନଗର ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାର କରି ଖଡ଼ାସିଙ୍ଗ ସମେତ ଅଞ୍ଚଳର ସମସ୍ତ ସାହି ଓ ଗଲିରେ ପରିକ୍ରମା କରିଥିଲେ ପରେ ୪୨ ନଂ ୱାର୍ଡ କର୍ପୋରେଟର ତଥା ଡେ଼ପୁଟି ମେୟର ଇ ବିବେକ ରେଡ୍ଡୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶ ଦାତା ଡ଼.ଗୋପବନ୍ଧୁ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ପଦଯାତ୍ରା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଶ୍ରୀ ଦାସଙ୍କୁ ଜୟ ପ୍ରକାଶ ନଗର ଛକ ଏବଂ ଆମ୍ବପୁଆ ଛକଠାରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ମେୟର ସଂଘମିତା ଦଳେଇ,କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା,ଜିଲା ପରିଷଦ ଉପାଧ୍ୟକ୍ଷା ଏସ.ରାଜେଶ୍ୱରୀ ଦୋରା ପ୍ରମୁଖ ଯୋଗଦେଇ ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ପଦଯାତ୍ରା ସ୍ଥାନୀୟ ଜୟ ପ୍ରକାଶ ନଗର ଛକ ଠାରୁ ଆରମ୍ଭ କରି ଅଞ୍ଚଳର ସମସ୍ତ ସାହି ଓ ଗଲିରେ ପରିକ୍ରମା କରି ଶେଷରେ ଖଡ଼ସିଙ୍ଗ ଠାରେ ସମାପ୍ତ କରିଥିଲେ । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ବ୍ରହ୍ମପୁର ମହାନଗର ନିଗମର ୪୨ ନମ୍ବର ୱାର୍ଡର କର୍ପୋରେଟର ଇ.ବିବେକ ରେଡ୍ଡୀଙ୍କ ତତ୍ତ୍ଵାବଧାନରେ ଖଡ଼ାସିଙ୍ଗ ଏଲଆଇସି ଅଫିସ ଛକ ଠାରୁ ଆରମ୍ଭ କରି ଅଞ୍ଚଳର ସମସ୍ତ ସାହି ଓ ଗଳିରେ ପରିକ୍ରମା ପରେ ଏହାକୁ ଆମ୍ବପୁଆ ଠାରେ ସମାପ୍ତ କରିଥିଲେ । ଏହି ପଦଯାତ୍ରାରେ ସମାଜସେବୀ ତଥା ଯୁବ ବିଜେଡି ନେତା ଏ.ସନ୍ତୋଷ ପାତ୍ର,ଗୋପାଳପୁର ଏନଏସି ଅଧ୍ୟକ୍ଷ ଏ ଜାନକୀ ରାମ, ରଙ୍ଗେଇଲୁଣ୍ଡା ବ୍ଲକ୍ ସଭାପତି ଅଜିତ୍ ଦାସ, ସମାଜସେବୀ ରାମହରି ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଶଶୀଭୂଷଣ ମହାନ୍ତି ,ମହାନଗର ସଭାପତି ବିଜୟ ଚନ୍ଦ୍ର ସାମଲ, ମହାନଗର ଯୁବ ସଭାପତି ଅଜିତ୍ ପଣ୍ଡା, ଛାତ୍ର ସଭାପତି ଶୋଭନ ନାୟକ, ମହାନଗର ମହିଳା ସଭାନେତ୍ରୀ ସୋନାଲି ଗନ୍ତାୟତ, କର୍ପୋରେଟର ଦୁର୍ଗା ଲାୟକ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ସନ୍ତୋଷ ସେଠୀ, ସୁରେନ୍ଦ୍ର ମହାରଣା,ଟି. କିଶୋର ପାତ୍ର,ସମୀର ମିଶ୍ର, ଟି.ତିରୁପତି ପାତ୍ର,ଏନ ଆପ୍ପା ରାଓ,ଅଶ୍ୱନୀ ପଟ୍ଟନାୟକ,ଜାମୁଲା ଶ୍ରୀନୁ,ପୁର୍ବତନ ମେୟର କେ.ମାଧବୀ, ଦୁର୍ଗା ମାଧବ ସାବତ, ଅନାମ ପାତ୍ର, ଜଗନ୍ନାଥ ସାବତ, ଭଗବାନ ଗନ୍ତାୟତ, ଭୀମସେନ ଦଳେଇ,ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ, ରଣ୍ଡା ସରପଞ୍ଚ ତଥା ଛାତ୍ର ବିଜେଡ଼ି ରାଜ୍ୟ ସମ୍ପାଦକ ଅଜିତ କୁମାର ରାଉଳ, ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ କାନ୍ତ ସାହୁ,ଛାତ୍ର ସଭାପତି ପ୍ରଶାନ୍ତ କୁମାର ପଣ୍ଡା,ମହାନଗର ମହିଳା ଯୁଗ୍ମ ସମ୍ପାଦିକା ଡ଼ି. ଦେବକୀ ରେଡ୍ଡୀ,ଶ୍ୱେତା ପ୍ରଜ୍ଞା ପଟ୍ଟନାୟକ, ମେରିସୀଲ ଜସେଫ, ବରିଷ୍ଠ ବିଜେଡ଼ି ନେତା ବନମାଳୀ ସେଠୀ,ସମାଜସେବୀ ଦିବାକର ଗୌଡ଼, ଆଜିନଜୀବୀ ତାପସ ସାହୁ, ସୁଦୀର ପାତ୍ର, ରାଜେଶ ପଟ୍ଟନାୟକ, ଶିବ ପାଢ଼ୀ, ରଫି,ଭିକି ସେଠୀ, ରଞ୍ଜନ ସେଠୀ,ଆନନ୍ଦ ସେଠୀ, ମଧୁସୂଦନ,ସୁଦର୍ଶନ ଦାସ,ଲାଠି ସରପଞ୍ଚ ରାଧା ମୋହନପ୍ରମୁଖଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ କର୍ମୀମାନେ ଏହି ପଦଯାତ୍ରାରେ ଯୋଗଦାନ କରିଥିବା ବେଳେ, ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦୀର୍ଘ ଦେଢ଼ମାସ ହେଲା ଏହି ଜନ ସମ୍ପର୍କ ପଦଯାତ୍ରା କରାଯାଉଛି ବୋଲି ଶ୍ରୀ ଦାସ ମତ ପ୍ରକାଶ କରିଛନ୍ତି । ଉଭୟ ୱାର୍ଡରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ ହୋଇଥିଲା ।