ଚକାପାଦ :୨୫/୪ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ କଇଝର ପଞ୍ଚାୟତ ଗଣ୍ଡଗାଁ ରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ପ୍ରଦୀପ କୁମାର ପାତ୍ର ଙ୍କୁ ଉପଢ଼ୋକନ ସହ ମାନପତ୍ର ଦେଇ ବିଦାୟ କାଳିନ ସମ୍ଭର୍ଦ୍ଧନା ଦିଆଯାଇଛି ! ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ପ୍ରକାଶ କହ୍ନର,ସନମାନିତ ଅତିଥି ସି ଆର ସି ସି ଜୟ ପ୍ରକାଶ ବେହେରା, ବକ୍ତା ସ୍କୁଲ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବେହେରା ଯୋଗଦେଇଥିଲେ !

ଏହି ସ୍କୁଲ ରେ ବିଦାୟ ନେଉଥିବା ଶିକ୍ଷକ ସମସ୍ତ ପିଲାମାନେ ମୋତେ ମନେପକାନ୍ତୁ ବୋଲି ସମସ୍ତ ପିଲାଙ୍କୁ ଖାତା ଓ ପେନ ଗୁଡିକ ପ୍ରଦାନ କରିଥିଲେ ! ସ୍କୁଲ ର ସହକାରୀ ଶିକ୍ଷକ ଶିବ ପ୍ରସାଦ ସାହୁ, ବରୁଣ କୁମାର ମଲ୍ଲିକ, ନରେଶ ମଲ୍ଲିକ ଓ ଶିକ୍ଷୟିତ୍ରୀ ଛବି ରାଣୀ ବେହେରା ସହଯୋଗ କରିଥିଲେ ! କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହ୍ନର ଙ୍କ ରିପୋର୍ଟ ଆଇ ଜେବି ନିୟୁଜ !

