ପୁରୁଷୋତ୍ତମପୁର ବ୍ଲକ ବୈଠକ ହଲରେ ଅଧକ୍ଷା ପିଙ୍କି ବେହେରା ଙ୍କ ସଭାପତିତ୍ୱରେ ଏବଂବିଡ଼ିଓ ବିଜୟ କୁମାର ବେହେରା ଙ୍କ ତତ୍ୱାବଧାନ ରେ ଓ ଅତିରିକ୍ତ ବିଡ଼ିଓ ନିରାକାର ଜେନାଙ୍କ ସଂଯୋଜନା ରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଏହି ଜନସୁଣାଣୀ ବୈଠକରେ ଗଞ୍ଜାମ ଅତିରିକ୍ତ ଜିଲ୍ଲପାଳ ଲୀନା କୁମାରୀ ଖେସ, ବ୍ଲକ ଅଧକ୍ଷା ପିଙ୍କି ବେହେରା, ଜିଲ୍ଲା ସାମାଜିକ ଅଧିକାରୀ (ଡ଼ି ଏସ ଏ ) ରବୀନ୍ଦ୍ର କୁମାର ମଲାଣ୍ଡ, ବ୍ଲକ( ଏ ଇ ଇ ) ସରୋଜ କୁମାର ସାବତ, (ବି ଏସ ଏ ) ମଞ୍ଚାସିନ ଥିଲେ | ଏହା ସହ ମିତାଞ୍ଜଳି ରାଉଳ,( ଏପିଓ ) ଶସ୍ମିତା ମିଶ୍ର, ସମସ୍ତ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ସବୁ ବିଭାଗୀୟ ଅଧିକାରୀ, ଯଥା କୃଷି, ଉଦ୍ୟାନ, ଫରେଷ୍ଟ, ବିଭାଗ ସହିତ, ଅନ୍ୟ ବିଭାଗ, ଅଧୁକାରୀ, ବ୍ଲକର ସବୁ ବିଭାଗୀୟ ଅଧିକାରୀ, ମୁଖ୍ୟ କିରାଣୀ ଉପସ୍ଥିତ ରହି ବିଭିର୍ଣ୍ଣ ବିଷୟରେ ଆଲୋଚନା , ପର୍ଯ୍ୟାଲୋଚନା କରାଯାଇ ଜନ ସାଧାରଣ ଙ୍କ ଯାହା ଅଭିଯୋଗ, ସହିତ ବହୁ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇ ଥିଲେ | ଏହି ଜନ ଶୁଣାଣି ଅଭିଯୋଗ ଶିବିରକୁ ଜନ ପ୍ରତିନିଧି ଙ୍କ ସହ ଏମ ବିକେ , ସିଆରପି ମହିଳା କର୍ମୀ ମାନେ ଉପସ୍ଥିତ ଥିଲେ | କିଛି ଅସୁବିଧା ଯୋଗୁଁ ଜନ ପ୍ରତିନିଧି ଓ ଅଧକ୍ଷା ଙ୍କୁ ବୈଠକ କୁ ଚିଠି ହୋଇନଥିବା ଦର୍ଶାଇ ଅଧକ୍ଷା ଓ କିଛି ଜନ ପ୍ରତିନିଧି ଅସନ୍ତୋଷ ପ୍ରକାଶ କରି ଥିବାର ଜାଣି ବିଡ଼ିଓ ତୁରନ୍ତ ତାହାର ସମାଧାନ କରି ଥିଲେ | ଏବଂ ବୈଠକ କୁ ଅଧକ୍ଷା ଙ୍କ ସହିତ କିଛି ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଯୋଗ ଦେଇ ସେମାନଙ୍କ ଅସୁବିଧା ଉପରେ ଉପସ୍ଥାପିତ କରିଥିଲେ | ଶେଷରେ ଅତିରିକ୍ତ ବିଡ଼ିଓ ନିରାକାର ଜେନା ଧନ୍ୟବାଦ ଦେଇ ବୈଠକ କୁ ସାଙ୍ଗ କରିଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ

