You are currently viewing ରାମଜୀ ମହାବିଦ୍ୟାଳୟ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା –
ରାମଜୀ ମହାବିଦ୍ୟାଳୟ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା –

ଦିଗପହଣ୍ଡି ଭାରତ ସରକାରଙ୍କର ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଭୀଷ୍ମଗିରିସ୍ଥିତ ରାମଜୀ ଡିଗ୍ରୀ ମହାବିଦ୍ୟାଳୟ ତରଫରୁ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଶୁକ୍ରବାର ଏକ ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ଜାତୀୟ ପତାକା ଧରି ଦେଶାତ୍ମବୋଧକ ସ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନିହାର ରଞ୍ଜନ କର ତ୍ରିରଙ୍ଗା ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଧୀନତା ସଂଗ୍ରାମର ଇତିହାସ ଜଣାଇବା ସହିତ ଦେଶର ଜଣେ ସୁନାଗରିକ ହେବାପାଇଁ ବାର୍ତ୍ତା ଦେଇଥିଲେ। ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ଇତିପ୍ରଭା,ଭାରତ ସ୍କାଉଟ ଏବଂ ଗାଇଡର ପ୍ରଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା, ଏବଂ ଜାତୀୟ ଯୁବ ରେଡକ୍ରସ୍ ଉପଦେଷ୍ଟା କୁମାରୀ ପ୍ରିୟଦର୍ଶିନୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ମହାବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ସାମିଲ ହୋଇଥିଲେ।