You are currently viewing ପୁରୁଷୋତ୍ତମପୁର ବଜାର ରେ ଆକାଶ ଛୁଆଁ ପରିବା,
ପୁରୁଷୋତ୍ତମପୁର ବଜାର ରେ ଆକାଶ ଛୁଆଁ ପରିବା,

ପୁରୁଷୋତ୍ତମପୁର ପରିବା ବଜାର ରେ ଆକାଶ ଛୁଆଁ ଦର, ଯାହାକୁ ନେଇ ବିଶେଷ କରି ଗରିବ ଓ ମଧ୍ୟବିତ୍ତ ପରିବାର ବହୁତ ଚିନ୍ତିତ | ଜଣେ ଗରିବ ଲୁଣ, ପିଆଜ, ଓ ଲଙ୍କା ସହିତ ପଖାଳ କଂସଏ ଖାଇଦିଏ | କିନ୍ତୁ ବର୍ତମାନ ପିଆଜ ଦର କିଲୋ ପ୍ରତି 40 ରୁ 50 ଟଙ୍କା, ଅତି ନିହାତି ଭାବେ ବାଇଗଣ ର ଦର କିଲୋ ପ୍ରତି 40ଟଙ୍କା, ଆଳୁ କିଲୋ 35 ଟଙ୍କା, ଝୁଡୁଙ୍ଗ 60 ଟଙ୍କା, ଜହ୍ନି 70 ଟଙ୍କା, ଭେଣ୍ଡି 60 ଟଙ୍କା, ଦେଶୀ ପୋଟଳ (ଛଚିନ୍ଦ୍ରା ) 50 ଟଙ୍କା, ସାରୁ 40ଟଙ୍କା, ଆମ୍ବୃତ ଭଣ୍ଡା 40 ଟଙ୍କା, କଟକୀ ପୋଟଳ 80 ଟଙ୍କା, କାଙ୍କଡ଼ 80ରୁ 100 ଟଙ୍କା, ଫୁଲ କୋବି 80ରୁ 100, ବନ୍ଧା କୋବି 50ରୁ 60ଟଙ୍କା, ସଜନା 120 ଟଙ୍କା, କୁନ୍ଦୁରୁ 40 ଟଙ୍କା, କଖାରୁ ( ବୋଇତାଳୁ )40ଟଙ୍କା,ସବୁଠାରୁ ଅତ୍ୟାବସକ ପରିବା ହେଉଛି ଟମାଟ ଯାହାର ଦର 80 ରୁ 100 ଟଙ୍କାଅଛି |

ଯଦି ଜଣେ ମଧ୍ୟବିତ୍ତ ଲୋକ ବଜାର କୁ 200ଟଙ୍କା ଧରି ପରିବା ଆଣିବାକୁ ଯିବ ତେବେ ତାର ବେଗ ର ଗୋଟିଏ କୋଣ ପୂର୍ଣ୍ଣ ହେବ ନାହିଁ | କିଛି ଦିନ ତଳେ ସେହି 200 ଟଙ୍କାରେ ପୁର୍ବ ସରକାର ଦେଇଥିବା ଶଙ୍ଖ ବେଗ ଭର୍ତି ହେଇ ଯାଉଥିଲା ବେଳେ ଏବେ ବେଗର ଗୋଟିଏ କଡ଼ କୁ ମଧ୍ୟ ପରିବା ଦିଶୁନି | ତେବେଗରିବ ଓ ମଧ୍ୟବିତ୍ତ ପରିବାର ବହୁ ଅସୁବିଧାରେ ଦିନ କାଟୁଛନ୍ତି | ଏହା ଉପରେ ପରିବା ବ୍ୟବସାୟୀ ଙ୍କ କହିବା କଥା ଆମେ ଅଧିକ ଦରରେ କିଣୁଛୁ ତେଣୁ କିଛି ଲାଭ ରଖି ବିକୁଚୁ | ଚାଷୀ ଙ୍କ କହିବା କଥା ଅତ୍ୟଧିକ ରୌଦ୍ର ତାପ ଏବଂ ବ୍ଲକ ର ସବୁ ପଞ୍ଚାୟତ ରେ ସରକାରୀ ଜଳ ସେଚନ ର ସୁବିଧା ନଥିବାବେଳେ, ଶୀତଳ ଭଣ୍ଡାର ବି ନାହିଁ ଯେଉଁ ପରିବା କୁ ଚାଷୀ ଆଦାୟ କରୁଛି ତାକୁ ସାଇତି ରଖିବାକୁନଥିବାରୁ ପରିବାର ଦର ଆଜି ଆକାଶ ଛୁଆଁ ହୋଇଛି| କିଛି ମାସ ତଳେ ଟମାଟ, ଫୁଲକୋବି, ବନ୍ଧା କୋବି, ବାଇଗଣ ବହୁତ କମ ଦର ରେ ବିକ୍ରି କରିବା ସହିତ ଶେଷକୁ ଚାଷୀ ପରିବା ତୋଳା ମୁଲିଆ ମଜୁରୀଠାରୁ ମଧ୍ୟ କମ ଦର ହେବାରୁ ପରିବା ଫସଲରେ ଗାଈଗୋରୁ ପସି ମନଇଚ୍ଛା ଖାଇଥିଲେ |

ତେଣୁ ପରିବା ଦର ଆଜି ବହୁତ ହୋଇ ଯାଇଛି | ବିଶେଷ କରି ବାଙ୍ଗାଲୋର ସହର ରେ ଏବର୍ଷ ଟମାଟ ଆଦାୟ ଭଲ ହୋଇ ନଥିବାରୁ ସେଠାରୁ ଆସୁଥିବା ଟମାଟ ର ଦର ଅଧିକ ହେଉଛି | ତେଣୁ ଚାଷ କୁ ଜଳସେଚନ ଓ ଶୀତଳ ଭଣ୍ଡାର ବ୍ଲକ ରେ ଗୋଟିଏ, ଦୁଇଟି, ଲେଖାଏଁ କଲେ ଚାଷୀ ଉପକୃତ ହୋଇ ପାରିବେ ଏବଂ ପରିବା ଦର ସୀମିତ ମୂଲ୍ୟରେ ରହିବ | ବର୍ତମାନ ରାଜ୍ୟରେ ନୁଆଁ ସରକାର ଆଡିଥିଲା ବେଳେ ସେ ଯଦି ଏହି ଦିଗରେ ଚେଷ୍ଟା କରିବେ ତେବେ ଚାଷୀ ଙ୍କ ସହିତ ଖାଉଟି ମାନେ ମଧ୍ୟ ଉପକୃତ ହୋଇ ପାରିବେ ବୋଲି, ବୁଦ୍ଧିଜୀବୀ, ସଫଳ ଚାଷୀ ଓ ବ୍ୟବସାୟୀ ଙ୍କ ମତ | ଦେଖାଯାଉ ସରକାର ଏହା ଉପରେ କେଉଁ ପଦକ୍ଷେପ ନେଉଛନ୍ତି ତାକୁହିଁ ଅପେକ୍ଷା

ରିପୋର୍ଟ ପ୍ରସନ୍ନ କୁମାର ଦାସ