You are currently viewing କନ୍ୟା ସନ୍ତାନର ସୁରକ୍ଷା ସମ୍ମାନ, ଶିକ୍ଷା ଅଧିକାର କାର୍ଯ୍ୟକ୍ରମ
କନ୍ୟା ସନ୍ତାନର ସୁରକ୍ଷା ସମ୍ମାନ, ଶିକ୍ଷା ଅଧିକାର କାର୍ଯ୍ୟକ୍ରମ

ଶେରଗଡ଼ ବ୍ଳକ‌ସ୍ଥିତ ମିଶନ‌ଶକ୍ତି ସଭା ଗୃହରେ କନ୍ୟା ସନ୍ତାନ ସୁରକ୍ଷା ଓ ଶିକ୍ଷା‌ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ କୁ‌ ବ୍ଳକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ଦୀପ ପ୍ରଜ୍ବଳନ କରି‌ ଶୁଭାରମ୍ଭ କରିଥଲେ।ସିଡିପିଓ ମମତାଞଳୀ‌ ପଣ୍ଡାଙ୍କ ସଞୋଯନା ରେ ବିଡ଼ିଓ ଦାୟିତ୍ଵ ରେ ତ୍ରିଦେବ ରଥ‌ ଯୋଗ ଦେଇଥିଲେ।ଶିଶୁ କନ୍ୟା ଲିଙ୍ଗଗତ‌ ଅସାମନତା ଦୁର‌ କରିବା କନ୍ୟା ସନ୍ତାନ ର‌ ସୁରକ୍ଷା ଦିଗରେ ବ୍ୟାପକ ସଚେତନତା ଜାରି ରଖିବା, କନ୍ୟା ସନ୍ତାନ ଙ୍କୁ ଉଚ୍ଚ ଶିକ୍ଷିତ କରାଇବା, ଉପଯୁକ୍ତ ପୃଷ୍ଟି କରଣ‌ କୁ ଗୁରୁତ୍ବ‌ ଦେବା କିଶୋରୀ ଵାଳିକା ଙ୍କ ପାରିପାର୍ଶ୍ବିକ ସୁରକ୍ଷା ଯୋଗାଇବା ଉପରେ ଵ୍ୟାପକ ସଚେତନତା କରିବାକୁ କୁହାଯାଇଥିଲା। ପୂର୍ବ ରୁ ଚିତ୍ରାଙ୍କନ,ନାଚ,ଗିତ,ଵକ୍ତୁତା‌ ରଚନା ପ୍ରତିଯୋଗୀତା ରେ କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀ ମାନପତ୍ର ଓ ନଗଦ ରାଶି ଦେଇ ଅତିଥି ମାନେ ପ୍ରଦାନ କରିଥିଲେ।ବିଚାରକ ଭାବେ ଶିକ୍ଷକ ବିଷ୍ଣୁଚରଣ ମିଶ୍ର, ସିଆରସିସି ଶ୍ରୀକାନ୍ତ କୁମାର ସାହୁ, ପଦ୍ମନାଭ ସେଠୀ, ରଘୁନାଥ ସାହୁ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ଚୟନରେ ସହଯୋଗ କରିଥିଲେ। ଶେରଗଡ଼ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ଅଙ୍ଗନବାଡ଼ି କର୍ମୀ ‌ଵହୁ
ଛାତ୍ରଛାତ୍ରୀ ଓ କିଶୋରୀ ଵାଳିକା ମାନେ‌ ଭାଗ ନେଇଥିବା ବେଳେ ବହୁ ପ୍ରତିଯୋଗୀ ଯୋଗଦେଇ ଥିଲେ।