You are currently viewing ନିଜର ବ୍ୟକ୍ତିତ୍ଵଵୋଧଓଦାୟିତ୍ଵଵୋଧ କୁ ହୃଦୟଙ୍ଗମ କରି ପାଠପଢ଼ା ଜାରି ରଖ, ନିଶ୍ଚିତ କୃତକାର୍ଯ୍ୟ ହେବ,ସୂବଣ୍ଣ ଜୟନ୍ତୀ ରେ ସମ୍ବର୍ଦ୍ଧିତ ହେଲେ ୨୦ ଆଞ୍ଚଳିକ ପ୍ରତିଭା
ନିଜର ବ୍ୟକ୍ତିତ୍ଵଵୋଧଓଦାୟିତ୍ଵଵୋଧ କୁ ହୃଦୟଙ୍ଗମ କରି ପାଠପଢ଼ା ଜାରି ରଖ, ନିଶ୍ଚିତ କୃତକାର୍ଯ୍ୟ ହେବ,ସୂବଣ୍ଣ ଜୟନ୍ତୀ ରେ ସମ୍ବର୍ଦ୍ଧିତ ହେଲେ ୨୦ ଆଞ୍ଚଳିକ ପ୍ରତିଭା

ଶେରଗଡ଼ ନିକଟସ୍ଥ ଧବଳପୁର ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ର ସୂଵଣ୍ଣ ଜୟନ୍ତୀ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ ଅବସରରେ ଏକ ସୂଵଣ୍ଣ ଜୟନ୍ତୀ ଫଳକକୁ‌ ଉନ୍ମୋଚିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଆସିକା ସାଂସଦ ପ୍ରତିନିଧି ଶିଶିର ମିଶ୍ର, ବ୍ଳକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ହିଂଜିଳି‌ର‌ ବିଧାୟକଙ୍କ ପ୍ରତିନିଧି ଦିଗାମ୍ବର ନାହାକ, ପ୍ରାକ୍ତନ ଇତିହାସ ଅଧ୍ୟାପକ ହୃଷିକେଶ ପାତ୍ର,ବିଈଓ‌ କୋରେଶୁ ସେଠୀ,ବିଜେପି ନେତା ମାଧବ ଗୈାଡ,ଵିପନ ପ୍ରଧାନ, ଶିକ୍ଷକ ମାଧବ ସେଠୀ ପ୍ରମୁଖ ଯୋଗଦେଇ ଜଣେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରି କହିଥିଲେ ଯେ ପ୍ରତ୍ୟେକ ଛାତ୍ରଛାତ୍ରୀ ଜଣେ ଛାତ୍ର ହିସାବରେ ନିଜର‌ କର୍ତ୍ତବ୍ୟଵୋଧତା, ଦାୟିତ୍ଵଵୋଧତା କୁ ହୃଦୟଙ୍ଗମ କରି ପାଠପଢ଼ା ଜାରି ରଖିବାକୁ ଆହ୍ୱାନ ଦେଇଥିଲେ। ଏବଂ ପାଠପଢ଼ା ଜାରି ରଖିଲେ ନିଶ୍ଚିତ ସଫଳତା ମିଳିବ। ଅତିଥି ମାନେ କହିଥିଲେ ଯେ ଛାତ୍ରଛାତ୍ରୀ ମାନେ ପାଠପଢ଼ା କୁ ଏକ‌ ତପସ୍ୟା ବୋଲି ଭାବି ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଵନ୍ଦିତା‌ ଦାସ‌ ଙ୍କ ସଞ୍ଜୋଯନାରେ ଅନୁଷ୍ଠିତ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ, ସମାଜସେବୀ ଦେବୀପ୍ରସାଦ ଦାଶ‌ ଙ୍କ ପରିଚାଳନା ରେ ଏ ଅଞ୍ଚଳର ସାମ୍ବାଦିକ କ୍ଷେତ୍ରରେ,କଳା , ସମାଜସେବୀ କ୍ଷେତ୍ରରେଓ ବିଶିଷ୍ଟ ବ୍ୟକ୍ତି ମଧରେ‌ ୨୦ ଅଞ୍ଚଳର ଅନନ୍ୟ ପ୍ରତିଭାଙ୍କୁ ଆଞ୍ଚଳିକ‌ ଗ୍ରାମାଞ୍ଚଳ ପ୍ରତିଭା ସମ୍ମାନ ଭାବରେ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବହୁ ଅଭିଭାବକ, ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିଲେ। ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ରେ‌ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।