You are currently viewing ୨୪ ଘଣ୍ଟା ନପୂରୁଣୁ ଆଥିକ ସହାୟତା ପ୍ରଦାନ କଲେ ରାଜ୍ୟ ସରକାର
୨୪ ଘଣ୍ଟା ନପୂରୁଣୁ ଆଥିକ ସହାୟତା ପ୍ରଦାନ କଲେ ରାଜ୍ୟ ସରକାର

ସାନଖେମୁଣ୍ଡି ୨୯/୮( ରଘୁନାଥ ନାୟକ ): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରେ ରାଜ୍ଯ ସରକାରଙ୍କ ପକ୍ଷରୁ ତ୍ୱରିତ ସହାୟତା ପ୍ରଦାନ। ୫ ଟି ସଚିବ ଭି କେ ପାଣ୍ଡିଆନ୍ ଗତ ରବିବାର ଦିନ ଗଞ୍ଜାମ ଜିଲ୍ଲା ଗ୍ରସ୍ତ କରି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଠାରେ ଜନ ଅଭିଯୋଗ ଶୁଣାଣୀ ହୋଇଥିଲା।ସାଧାରଣ ଜନତାଙ୍କ ପକ୍ଷରୁ ନିଜ ନିଜର ସମସ୍ୟା ଜଣାଇବାକୁ ଆସିଥିଲେ। ସେଥି ମଧ୍ୟରୁ ଅର୍ଥାଅଭାବ ଯୋଗୁଁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଦୟାନିଧିପୂର୍ ପଞ୍ଚାୟତ ନିସ୍ତୀପୁର ଗ୍ରାମର ବଳରାମ ପ୍ରଧାନ,ଏବଂ ଆଡପଡ଼ା ପଞ୍ଚାୟତ ମହିଗୁଡ଼ା ଗ୍ରାମର ସୁଦର୍ଶନ ଲେଙ୍କା ଦୀର୍ଘ ଦିନ ଧରି ଅସୁସ୍ଥ ଶଯ୍ୟାଶାୟୀ ହୋଇଥିବା ବେଳେ ୫ ଟି ସଚିବ ଙ୍କୁ ନିଜର ଅସହାୟ ଆର୍ଥିକ ଅନାଟନ ଦୁଃଖ ଜନ ଶୁଣାଣିରେ ନିବେଦନ କରିଥିଲେ। ଆବେଦନ ପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରି ସହାୟତା ପ୍ରଦାନ ନିମନ୍ତେ ପ୍ରଶାସନିକ ଅଧିକାରୀ ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ଏବଂ ସାନଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା ଉଭୟଙ୍କ ଘରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ୩୦ହଜାର ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ ।