ଖଲ୍ଲିକୋଟ : 7/7 ସାରା ପୃଥିବୀ ରେ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ମହାସମାରୋହ ପାଳିତ ହେଉଥିବା ବେଳେ ଘରେ ଘରେ ଜଗନ୍ନାଥ ଙ୍କ ସ୍ଵନକ୍ଷତ୍ର କୁ ମଧ୍ୟ ଧୁମ ଧାମ ରେ ପାଳିତ ହେଉଛି |ତେବେ ପବିତ୍ର ଶ୍ରୀଗୁଣ୍ଡିଚା ଦିନ ଚାରିଆଡେ ଜଗନ୍ନାଥ ଭକ୍ତ ମାନେ ଶ୍ରୀଜୀଉ ମାନଙ୍କ ରଥ କୁ ଟାଣିବା ପାଇଁ ଜାଗା ଜାଗା ରେ ଭିଡ଼ ଲାଗିଛି |ତେବେ ହିନ୍ଦୁ ଧର୍ମ ର ଆରାଧ୍ୟ ଦେବତା ଓ ବିଶ୍ୱ ନିୟନ୍ତା ଜଗନ୍ନାଥ ଙ୍କୁ ଗଞ୍ଜାମ ଜିଲ୍ଲା ର ଶେଷ ସୀମା ଓ ଖୋର୍ଦ୍ଧା ଜିଲ୍ଲା ଆରମ୍ଭ ରେ ଥିବା ଶାଳିଆ ଜଳସେଚନ ପ୍ରକଳ୍ପ ର କୂଳରେ ଥିବା ଏକ ଆବର୍ଜନମୟ ସ୍ଥାନ ରେ ପ୍ରଭୁ ଜଗନ୍ନାଥ ଙ୍କୁ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି |ଏହାକୁ ଦେଖିବାକୁ ପ୍ରବଳ ଭିଡ ଜାମୁଥିବା ବେଳେ ଶ୍ରଦ୍ଧାଳୁ ମାନେ ଜଗନ୍ନାଥ ଙ୍କ ମୂର୍ତ୍ତି ର ଫୋଟ ଉଠାଇ ଭିଡିଓ କୁ ଭାଇରଲ ହେବାରେ ଲାଗିଛି |ଏହି ଦୃଶ୍ୟ ଦେଖି କିଛି ଭକ୍ତ ଆବେଗ ପୂର୍ଣ୍ଣ ଭାବେ କ|ନ୍ଦି ପକାଉଥିବା ବେଳେ ଏହା କୁ ତୀବ୍ର ନିନ୍ଦା କରି ଏହା ଏକ ଅଣ -ହିନ୍ଦୁ ମାନଙ୍କ ଘୃଣ୍ୟ କାର୍ଯ୍ୟ ବୋଲି କହୁଛନ୍ତି |ତେବେ ପରମ ପ୍ରେମମୟ ଜଗତରନାଥ ଜଗନ୍ନାଥ ଙ୍କୁ କିଏ ଓ କାହିଁକି ଏଭଳି ପରିତ୍ୟକ୍ତ ଅବସ୍ଥା ରେ ଫିଙ୍ଗିଛି |ଏହାର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତି ଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି |ଯେଉଁ ଜଗନାଥ ଙ୍କୁ କଳା ପାହାଡ଼ ଓ ଟକି ଖାଁ ଙ୍କ କବଳରୁ ରକ୍ଷା କରିବା ପାଇଁ ତତ୍କାଳୀନ ହିନ୍ଦୁ ରାଜା ମାନଙ୍କୁ ଚିଲିକା ର କୂଳେ କୂଳେ ଯାଇ ଭକ୍ତ ମାନେ ଘଞ୍ଚ ବନ ଜଙ୍ଗଲ ରେ ଲୁଚାଇ ରଖିବାକୁ ପଡିଥିଲା
( ରିପୋର୍ଟ -ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
