You are currently viewing ମୋ କଥା ମୋ କାହାଣୀ ପ୍ରଦର୍ଶନୀ
ମୋ କଥା ମୋ କାହାଣୀ ପ୍ରଦର୍ଶନୀ

ଧରାକୋଟ 20/1/24
ଧରାକୋଟ ନିକଟସ୍ଥ ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟ ଓଳମ୍ୱା ପରିସରରେ ଓଡ଼ିଶା ଭାଷା ବିଶ୍ଵ ସମ୍ମିଳନୀ ଆନୁକୁଲ୍ୟରେ ଭାଷା, ସାହିତ୍ୟ ଓ ସୃଜନ ସିଳତା ର ବିକାଶ ସମ୍ବନ୍ଧୀୟ ମୋ କଥା ମୋ କାହାଣୀ ଶୀର୍ଷକ ପ୍ରଦର୍ଶନି ଅନୁଷ୍ଠିତ ହୋଇଯାଇଛି। ଏଥିରେ
କ୍ରିଦାଙ୍ଗନା, କୌଶଳୀ, ଜିଜ୍ଞାସା ଓ ସାହିତ୍ୟ ସୃଜନୀ କ୍ଲବ ର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ମା ଭାଷା ମୋ କାହାଣୀ ପୁସ୍ତକ ପ୍ରଦର୍ଶନ କରିଥିଲେ। ଏହାର ଆଭିମୁଖ୍ୟ ସମ୍ପର୍କରେ ପ୍ରଧାନ ଶିକ୍ଷକ ଶିଶିର ମହାନ୍ତି ଅବଗତ କରାଇ ଛାତ୍ର ଛାତ୍ରୀ ମାନଙ୍କ ସୃଜନ ସିଳ ପ୍ରତିଭାର ବିକାଶ ଉପରେ ମାର୍ଗ ଦର୍ଶନ କରିଥିଲେ । ଏ ବି ଇ ଓ ଉମା ଚରଣ ପାଣିଗ୍ରାହୀ,ଅବସର ପ୍ରାପ୍ତ ଶିକ୍ଷକ ଇନ୍ଦ୍ରମଣି ବେହେରା,ଗୋପାଳ କୃଷ୍ଣ ସ୍ୱାଇଁ,ଶିକ୍ଷକ ବୁଚି ରାଓ ଦୋରା ବିଦ୍ୟାଳୟ ସଭାପତି ଶରତ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ଶିକ୍ଷକ ମଙ୍ଗୁଳୁ ଜେନା,କୋରା ପ୍ରସାଦ ମହାଙ୍କୁଡ, ମନୋଜ ବିଷୋୟୀ ଓ ନିଶାକର ପାତ୍ର କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ।