You are currently viewing ଶୋଭାଯାତ୍ରା ସହ ବେଗୁନିଆପଡ଼ା ବିଇଓଙ୍କୁ ଦାବିପତ୍ର ଦେଲେ ପ୍ରାଥମିକ ଶିକ୍ଷକ,ଦାବି ପୂରଣ ନହେଲେ ୧୬ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ।
ଶୋଭାଯାତ୍ରା ସହ ବେଗୁନିଆପଡ଼ା ବିଇଓଙ୍କୁ ଦାବିପତ୍ର ଦେଲେ ପ୍ରାଥମିକ ଶିକ୍ଷକ,ଦାବି ପୂରଣ ନହେଲେ ୧୬ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ।

ବେଗୁନିଆପଡ଼ା (୦୫/୦୮/୨୦୨୩)
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ୱାନ କ୍ରମେ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ସମସ୍ତ ବ୍ଲକରେ ପ୍ରାଥମିକ ଶିକ୍ଷକମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ୩ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ ହୋଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା, ଏକ୍ସକେଡର ଶିକ୍ଷକମାନଙ୍କୁ କେଡରଭୁକ୍ତ କରି ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ କରାଯିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ ମୂଳ ବେତନ ଲେଭେଲ୍ ୯ ଗ୍ରେଡ୍‌ ପେ ୪୨୦୦ ଅନୁଯାୟୀ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃପ୍ରଚଳନ କରାଯିବା ଆଦି ଦାବି ରହିଛି। ଆସନ୍ତା ୧୬ ତାରିଖ ପୂର୍ବରୁ ସରକାର ଉପରୋକ୍ତ ଦାବି ବିଷୟରେ କିଛି ପଦକ୍ଷେପ ନ ନେଲେ ସାମୂହିକ ଛୁଟି ନେଇ କାର୍ଯ୍ୟ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରବିନାରାୟଣ ଶତପଥୀଙ୍କ ସହ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସାମିଲ ଥିଲେ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଈ ଜେ ବି ନିୟୁଜ।