ତାଳଚେର ଜେସିଆଇ (ଜୁନିଅର ଚାମ୍ବର ଇଣ୍ଟର୍ ନେସନାଲ) ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ 73 ୟୁନିଟ ରକ୍ତ ସଂଗୃହୀତ ହୋଇଛି ।
ତାଳଚେର ରକ୍ତ ଭଣ୍ଡାର ରେ ହଠାତ୍ ରକ୍ତ ର ଅଭାବ ଦେଖା ଦେଇଥିବା ରୁ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ତାଳଚେର ହାଟତୋଟା ସ୍ଥିତ ସଭା ଗୃହ ଠାରେ ଜେସିଆଇ ସଭାପତି ଅରୁଣ ମୋଦି ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ରକ୍ତଦାନ ଶିବିର ରେ 73 ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା। ତାଳଚେର ଉପଖଣ୍ଡ ମେଡିକାଲ ଅଫିସର ଡାକ୍ତର ଗଙ୍ଗାଧର ବେହେରା ଏହି ଶିବିର କୁ ଉଦ୍ଘାଟନ କରିଥିଲେ।

ଏହି ଶିବିରରେ ଜେସି ଆଇ ର ପୂର୍ବତନ ଯୋନ ସଭାପତି ଆଶିଷ ଅଗ୍ରୱାଲ ,ବରିଷ୍ଟ ସାମ୍ବାଦିକ ଡ଼ଃ ରଶ୍ମିରଞ୍ଜନ ମିଶ୍ର ,ଜେସିଆଇ ର ପୂର୍ବତନ ସଭାପତି ରାକେଶ ଗୁପ୍ତା ,ଆକାଶ ମୋଦି, ଚୁନିତା ସାହୁ,ଜିତେନ୍ଦ୍ର ଅଗ୍ରୱାଲ,ଲିପିକା ମିଶ୍ର, ପଲବି ଅଗ୍ରୱାଲ ,ବାପୁନ୍ ସାହୁ ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିର ର ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ।

ତେବେ ବିଶେଷ କଥା ହେଲା ଏହି ଶିବିର ରେ ରକ୍ତ ଦାନ କରିଥିବା ସମସ୍ତ ଦାତା ମାନଙ୍କ ର ବ୍ଲଡ ସୁଗାର୍ ଓ ବ୍ଲଡ ପ୍ରେସର୍ ମାଗଣା ରେ ପରୀକ୍ଷା କରା ଯାଇଥିଲା। ଏହି ନିଆରା କାର୍ଯ୍ୟକ୍ରମ କୁ ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା କରାଯାଉଥିବା ର ଶୁଣିବାକୁ ମିଳୁଚି।
ପ୍ରକଳ୍ପ ନିର୍ଦେଶକ ସୋଭେନ ମିଶ୍ର ଏବଂ ଯୋଲୀ ଦଳ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଏହି ଶିବିର କୁ ପରିଚାଳନା କରା ଯାଇଥିଲା। ତାଳଚେର ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିର ରେ ବହୁ ସଚେତନ ନାଗରିକ ,ବିଭିର୍ଣ୍ଣ ବର୍ଗ ର ବ୍ୟକ୍ତ ବିଶେଷ ଯୋଗ ଦେଇଥିଲେ ।।

