ପୁରୁଷୋତ୍ତମପୁର ସହର ରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦେବାନିମନ୍ତେ ଜଣେ ଯୁବକ ଙ୍କ ସହଯୋଗ ରେ ଭଗବତୀ ହେଲଥକେଏର ନାମରେ ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ଏକ ଘରୋଇ ସ୍ୱାସ୍ଥ୍ୟ ସେବା ଆରମ୍ଭ କରା ଯାଈ ଥିଲା | ଲୋକମାନଙ୍କ ବିଭିର୍ଣ୍ଣ ପରୀକ୍ଷା, ନିରୀକ୍ଷା ଠାରୁ ସବୁ ରୋଗର ଉପସମ ନିମନ୍ତେ ସବୁ ବିଭାଗର ବରିଷ୍ଟ, ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଦୀର୍ଘ ଏକମାସ ପରେ ଲୋକଙ୍କ ସେବା ପାଇଁ ବ୍ରହ୍ମପୁର ର ସ୍ପାଇନାଲ ସର୍ଜନ ଡକ୍ଟର ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ ଓ ଡକ୍ଟର ସୁଶୀଲ କୁମାର ପତିଙ୍କ ଦ୍ୱାରା 100ଜଣରୁ ଉର୍ଦ୍ଧ ବ୍ୟକ୍ତିଙ୍କ ସୁଗାର, କାଲସିଏମ, ଇସିଜି, ଥାଇରଡ଼ ସହିତ ଅନ୍ୟାନ୍ୟ ଚିକିଛା ମାଗଣାରେ କରାଯାଇଥିଲା | ଯାହା ଦ୍ୱାରା କି ଲୋକମାନେ କିଛି ପରିମାଣ ରେ ନିଜର ଚିକିଛା କରି ଉପକୃତ ହେବେ ବୋଲି ଅନୁଷ୍ଠାନ ର ମୁଖ୍ୟ ଇନ୍ଦ୍ରଜିତ ନାୟକ ଓ ତାଙ୍କ ଭାଇ ଶୁଭ୍ର ଜିତ ନାୟକ ମତ ଦେଇଛନ୍ତି | ଏହି ସବୁ ସେବା ସବୁ ସମୟରେ ନୁହଁ ବେଳେ ବେଳେ ଲୋକଙ୍କ ଆର୍ଥିକ ସ୍ଥିତି କୁ ଦେଖି କରାଯିବ ବୋଲି ଇନ୍ଦ୍ରଜିତ ମତ ଦେଇଛନ୍ତି | ଆଜିର ଏହି କାର୍ଯ୍ୟକ୍ରମ ରେ ଲୋକମାନେ ମାଗଣା ରେ ଚିକିଛିତ ହୋଇ ଅନୁଷ୍ଠାନ ର ମୁଖ୍ୟ ଙ୍କୁ ବହୁତ କଲ୍ୟାଣ କରିଛନ୍ତି |
ରିପୋର୍ଟ ପ୍ରସନ୍ନ କୁମାର ଦାସ
