You are currently viewing ଷ୍ଟେସନ ଯିବାକୁ ଲୁହାପାଇପ୍ ଭରସା
ଷ୍ଟେସନ ଯିବାକୁ ଲୁହାପାଇପ୍ ଭରସା

ରାଉରକେଲା,
ମିନିଟ୍‌ରେ ପହଞ୍ଚୁଥିଲେ ବୀରମିତ୍ରପୁର ଷ୍ଟେସନା ଏବେ ବୁଲିବାକୁ ପଡୁଛି ୫ କିଲୋମିଟର ମାସେ ଦୁଇ ମାସ ନୁହେଁ ପ୍ରାୟ ୨ ବର୍ଷ ଧରି ଯାତାୟତରେ ଏଭଳି ସମସ୍ୟା ଭୋଗୁଛନ୍ତି ବୀରମିତ୍ରପୁର ପୌରପାଳିକା ଅନ୍ତର୍ଗତ ୧ ନଂ ୱାର୍ଡବାସିନ୍ଦା। ପ୍ରତିଦିନ ଶହ ଶହ ଲୋକ ଏଭଳି ବିପଦସଙ୍କୁଳ ସ୍ଥିତିରେ ଯିବାଆସିବା କରୁଛନ୍ତି। ବାଧକ ସାଜିଛି ଷ୍ଟେସନ ଯିବା ରାସ୍ତାର ନୀଳ କାରଣ ନାଳ ନିର୍ମାଣ ହୋଇଥିବା କଲଭଟ ବର୍ଷା ପାଣିରେ ଗତ ଦୁଇ ବର୍ଷ ତଳେ ଧୋଇଯାଇଛି। ଥରେ କି ଦୁଇଥର ନୁହେଁ ଏକାଧିକବାର ଉପରେ ୱାର୍ଡବାସିନ୍ଦା ପୌରପାଳିକାର ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ନିର୍ମାଣ ପାଇଁ ପୌରପାଳିକା ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ।
IJB news
Nilakantha pradhan