କଟକ : ବୟାଳିଶମୌଜା ସ୍ଥିତ ଝିଙ୍କିରିଆ ଗ୍ରାମ୍ୟ ଉନ୍ନୟନ କମିଟିର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରଣେଷେଣ୍ଢ ମହାବୀରଙ୍କ ପ୍ରାଙ୍ଗଣରେ ୪୨ ମୌଜା ସ୍ତରୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ବିଭୂତି ଦେବତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ କଟକ ସଦର ୟୁନିୟନ୍ ଫର୍ ଡେଭଲପମେଣ୍ଟ ଅଧ୍ୟକ୍ଷ ପ୍ରଫେସର୍ ଇଂ.ମନୋଜ କୁମାର ନାୟକ,ସମ୍ମାନୀୟ ଅତିଥି ଭାବେ ଝିଙ୍କୀରିଆ ଗ୍ରାମ୍ୟ ଅଧିକାରୀ ଚିନ୍ମୟ ଦେବତା,ମହନ୍ତ ଦୁଷ୍ମନ୍ତ ନନ୍ଦ,ଉନ୍ନୟନ କମିଟି ଉପଦେଷ୍ଟା ସୁଜିତ୍ ଦେବତା, ଅଶୋକ ଦେବତା,ଆନନ୍ଦ ଦେବତା,ନରହରି ଦେବତା,ଉପ ସଭାପତି ଗୌତମ ସ୍ବାଇଁ,ବରିଷ୍ଠ ନାଗରିକ ଶାନ୍ତ କୃଷ୍ଣ ଦେବତା, ମଧୁସୂଦନ ଦେବତା,ବ୍ରହ୍ମପୁର ପଞ୍ଚାୟତ ସରପଞ୍ଚ ରବି ନାରାୟଣ ପ୍ରଧାନ,ଦଧିବାମନପୁର ସରପଞ୍ଚ ପ୍ରତିନିଧି ପଦ୍ମଲାଭ ଗୋଚ୍ଛାୟତ, ବଉଳକୁଦ ଗ୍ରାମ୍ୟ କମିଟି ସଭ୍ୟ ରବୀନ୍ଦ୍ର ଦେବତା,୪୨ ମୌଜା ଯାଦବ ମହାସଭା ସଭାପତି ସାମ୍ୱାଦିକ ବୁଲେଇ ବେହେରା,ସମ୍ପାଦକ ପ୍ରସନ୍ନ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଦୀର୍ଘ ସମୟ ଧରି ବିନା ସୂଚନାରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବା ସମସ୍ୟାକୁ ବୈଠକରେ ଦୃଢ଼ ପ୍ରତିବାଦ କରାଯାଇଥିଲା । ୪୨ ମୌଜାରେ ଆଉ ଏକ ଗ୍ରିଡ୍ ବସାଇବା ସହ ନିରବଚ୍ଛିନ୍ନ ଭାବେ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସେବା ଯୋଗାଇଦେବାକୁ ବିଭାଗୀୟ ଅଧିକାରୀଙ୍କ ଠାରେ ଦୃଢ଼ ଦାବୀ ଉପସ୍ଥାପନ କରାଗଲା । ଅନ୍ୟ ମାନଙ୍କ ମଧ୍ୟରେ ଦୀପକ ଆଚାର୍ଯ୍ୟ, ସୁକାନ୍ତ ବେଉରା,ସୁଧୀର ଶତପଥୀ, ଅଶୋକ ପତି,ସ୍ମୃତୀରଞ୍ଜନ ମହାନ୍ତି, ବିଷ୍ତ୍ନ ବେହେରା,ସସ୍ମିତା ମହାରଣା, ପୁନମ ଦାଶ,କାଦମ୍ବିନୀ ଦେବତା, ମାମିନା ଆଚାର୍ଯ୍ୟ,ମମତା ନନ୍ଦ, ମମତା ଦେବତା,ରେବତୀ ଦେବତା, ବିଶ୍ଵ ରଞ୍ଜନ ଦାସ,ଚନ୍ଦ୍ର ଶେଖର ପତି,ବିଷ୍ଣୁ ଚରଣ ଦାଶ,ପ୍ରକାଶ ଚନ୍ଦ୍ର ମାଝୀ,ସୁଦର୍ଶନ ଜେନା,ଉଦୟ ସାସମଲ,ବିଜୟ ନାୟକ,କିଶୋର ପଲେଇ,ନିରଂଜନ ଆଚାର୍ଯ୍ୟ,ଆନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
