ଖଲ୍ଲିକୋଟ : 16/6 ଖଲ୍ଲିକୋଟ ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସିନ୍ଧୁ _ ଉର୍ମି ସାହିତ୍ୟ ସଂସଦ ତରଫରୁ ତୃତୀୟ ରଜ ଉତ୍ସବ ସ୍ଥାନୀୟ ଯୁବ ରାଜ ବଙ୍ଗଳା ପରିସର ରେ ଅନୁଷ୍ଠିତ ହୋଇ ଯାଇଛି |ସଂସଦ ର ସଭାପତି ସୁଧାଂଶୁ ଶେଖର ସାହୁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ରଜ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଉଦ ଘୋଷିକା ଡ଼ଃ. ସୂଦୀପ୍ତା ପାଣିଗ୍ରାହୀ ପରମ୍ପରା କୁ ସବୁ ବେଳେ ଓଡ଼ିଆ ଅସ୍ମିତା ର କର୍ଣ୍ଣଧାର ତେଣୁ ଓଡ଼ିଆ ପରମ୍ପରା କୁ ଓ କଳା ସାହିତ୍ୟ କୁ ଉଜ୍ଜୀବିତ ପାଇଁ ସମସ୍ତେ ଆଗେଇ ଆସିବ| ଆବଶ୍ୟକ ଅଛି ବୋଲି ପ୍ରକାଶ କରିଥିଲେ |ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଆକାଶଵାଣୀ ର ପ୍ରାକ୍ତନ କାର୍ଯ୍ୟକ୍ରମ ନିଷ୍ପାଦକ ଡ଼ଃ ହୃଷିକେଶ ପାଣିଗ୍ରାହୀ ସଂଗୀତ ର ବିଭିନ୍ନ ଧାରା ଓ ଆଧୁନିକ ସଂଗୀତ ର ଏକ ତୁଳନାତ୍ମକ ବିବରଣୀ ଉପସ୍ଥାପନ କରିଥିଲେ |ଏ ଉପଲକ୍ଷେ ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଙ୍କୁ ଚଳିତ ବର୍ଷ ର ରଜ ରାଣୀ ସମ୍ମାନ କୁ ମୁଖ୍ୟ ଅତିଥି ଶ୍ରୀମତୀ ସୂଦୀପ୍ତା ପାଣିଗ୍ରାହୀ ପ୍ରଦାନ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମତୀ ଜ୍ୟୋସ୍ନା ରାଣୀ ଦେବୀ ଓ ରଶ୍ମିତା ଦଳାଇ ଙ୍କୁ ସିନ୍ଧୁ ଉର୍ମି ରଜ ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯାଇଥିଲା |ସଂସଦ ର ସମ୍ପାଦକ ମାଧବ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ କବି ପ୍ରଭାତ କୁମାର ମିଶ୍ର ପରିଚୟ ପ୍ରଦାନ କରିଥିଲେ |ରଜ ଉତ୍ସବର ପ୍ରାରମ୍ଭ ରେ ଏକ ମନୋଜ୍ଞ କବିତା ପାଠ ଉତ୍ସବ ଶିକ୍ଷାବିତ ପୂର୍ଣ୍ଣ ଚନ୍ଦ୍ର ରଥ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା |.

ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମ ଚିତ୍ରଶିଳ୍ପୀ ବସନ୍ତ କୁମାର ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଧ୍ୟାପିକା ଡ଼ଃ. ଜ୍ୟୋସ୍ନା ରାଣୀ ପ୍ରଧାନ କବିତା ଗୁଡିକ ସଂଯୋଜନା କରିଥିଲେ |ଅନ୍ୟ ମାନଙ୍କ ମଧ୍ୟ ରେ ପ୍ରହଲ୍ଲାଦ ବେହେରା, ସରୋଜବାଳା ପଟ୍ଟନାୟଜ, ବିଦ୍ୟୁତପ୍ରଭା ଦାସ, ପ୍ରଭାତୀ ଦାସ, ମମତା ସୁଆର,ବସନ୍ତ କୁମାରୀ ସାମନ୍ତ, ଚିତ୍ରଶିଳ୍ପୀ ପଞ୍ଚାନନ ସୁର ପ୍ରମୁଖ କବି କବୟିତ୍ରୀ ମାନେ ସ୍ୱରଚିତ କବିତା ମାନ ପାଠ କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ପାରମ୍ପରିକ କାକରା ପୋଡପିଠା ପ୍ରଭୃତି ପରିବେଷଣ କରାଯାଇଥିଲା |କାର୍ଯ୍ୟକ୍ରମ କୁ ମହିଳା ମାନେ ରଜ ଗୀତ ଗାଇ ମନ ଭରି ଉପଭୋଗ କରିଥିଲେ |
ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ
