You are currently viewing ପୋଷାକ ବଣ୍ଟନ ମେଳାରେ ଯୋଗଦେଲେ ଗୋଷ୍ଠୀ ଶିକ୍ଷାଧିକାରୀ
ପୋଷାକ ବଣ୍ଟନ ମେଳାରେ ଯୋଗଦେଲେ ଗୋଷ୍ଠୀ ଶିକ୍ଷାଧିକାରୀ

ଦିଗପହଣ୍ଡି – ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଡା ପଞ୍ଚାୟତ ଗୁହାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ପୋଷାକ ବଣ୍ଟନ ମେଳାରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ବିଜୟଲକ୍ଷ୍ମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପଦ୍ମନାଭପୁର କ୍ଳଷ୍ଟର ସିଆରସିସି ବଳରାମ ବେହେରା, ଗଣେଶ କାର୍ଜୀ, ଅନଙ୍ଗ ଦଳେଇ ପ୍ରମୁଖ ଉପସ୍ଥିତ ରହି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ୭୩ ଜଣ ଶିକ୍ଷାର୍ଥୀଙ୍କୁ ମାଗଣା ପୋଷାକ ଯୋଗାଇଥିଲେ । ଏହି ଅବସରରେ ଅତିଥି ବୃନ୍ଦ କାର୍ଯ୍ୟକ୍ରମର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଧାନଶିକ୍ଷକ ଇ . ଗଣେଶ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ଶିବରାମ ପାଢ଼ୀ। , କୁରେଶୁ ଡାକୁଆ , ଶିକ୍ଷୟିତ୍ରୀ ସଶ୍ମିତା ପଟ୍ଟନାୟକ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ କିରଣ କୁମାର ବେହେରା