You are currently viewing ପୁରୁଷୋତ୍ତମପୁର ଏନଏସି ଅନ୍ତର୍ଗତକୁମାରୀ ଅଙ୍ଗନୱାଡି କେନ୍ଦ୍ର ରେ ବିଶ୍ୱ ସ୍ଥନ୍ୟ ପାନ ସପ୍ତାହ ପାଳିତ |
ପୁରୁଷୋତ୍ତମପୁର ଏନଏସି ଅନ୍ତର୍ଗତକୁମାରୀ ଅଙ୍ଗନୱାଡି କେନ୍ଦ୍ର ରେ ବିଶ୍ୱ ସ୍ଥନ୍ୟ ପାନ ସପ୍ତାହ ପାଳିତ |

ପୁରୁଷୋତ୍ତମପୁର ଏନଏସି ଅନ୍ତର୍ଗତ କୁମାରୀ ଅଙ୍ଗନୱାଡି କେନ୍ଦ୍ର ପରିସରରେ ବିଶ୍ୱ ସ୍ଥନ୍ୟ ପାନ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଏନଏସି ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲା ବେଳେ, ସାମ୍ନାନୀତ ଅତିଥି ଭାବେ ପୁରୁଷୋତ୍ତମପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ସବିତା ଚ୍ୟାଉ ପଟନାୟକ ଉପସ୍ଥିତ ଥିଲେ | ଏହାକୁ 3ଗୋଟି ଅଙ୍ଗନ ୱାଡି କର୍ମୀ ଙ୍କ ସଂଯୋଜନା ରେ ଆରମ୍ଭ ହୋଇ ଥିଲା |

ଏହି କାର୍ଯ୍ୟକ୍ରମ ରେ ସମନ୍ୱିତ ବିକାଶ ଅଫିସିର ସୁପର ଭାଇଜର ମମତା ମହାନ୍ତି, ସ୍ୱାସ୍ଥ୍ୟ ଏ ନେମ କାମଶ୍ବରୀ ପାଣିଗ୍ରାହୀ, କୁମାରୀ ଆଶାକର୍ମୀ ପୁଷ୍ପାଞ୍ଜଳୀ ବେହେରା, 13 ନଂ ୱାର୍ଡ ର ଅଙ୍ଗନୱାଡି କର୍ମୀ ରଶ୍ମିତା ପାତ୍ର, 14ନଂଅଙ୍ଗନ ୱାଡ଼ି କର୍ମୀ ଗୋଲାପ ପଣ୍ଡା, ଓ ଅଙ୍ଗନୱାଡି କର୍ମୀ ପୁଷ୍ପାଞ୍ଜଳି ବେହେରା ଉପସ୍ଥିତ ରହି ଗ୍ରାମ୍ୟ ପରିଭ୍ରମଣ କରି ଏକ ବେନେର ଧରି ବିଶ୍ୱ ସ୍ଥନ୍ୟ ପାନ ସପ୍ତାହ ବିଷୟ ରେ ୱାର୍ଡ ବାସୀ ଙ୍କୁ ସଚେତନତା କରାଇ ଥିଲେ | ଏବଂ ପରିଭ୍ରମଣ ସରିଲା ପରେ କେନ୍ଦ୍ର ପରିସରରେ ଏକ ବୈଠକ ହୋଇଥିଲା |

ଏହି ବୈଠକ ରେ ସିଡିପିଓ, ଏନଏସି ଅଧକ୍ଷ, ଓ ସୁପର ଭାଇଜର, ଏନଏମ, ଆଶା ଓ ଅଙ୍ଗନୱାଡି କର୍ମୀ ବିଶ୍ୱ ସ୍ଥନ୍ୟ ପାନ ସପ୍ତାହ ଉପରେ ଉପସ୍ଥିତ ୱାର୍ଡ ବାସୀଙ୍କୁ ବିସ୍ତୃତ ଭାବେ ମା ଓ ଶିଶୁ ମାନଙ୍କ କାର୍ଯ୍ୟ କାରିତା ଉପରେ ବୁଝାଇ ଥିଲେ | ଏହା ସପ୍ତାହ ବ୍ୟାପି ବିଭିର୍ଣ୍ଣ କାର୍ଯ୍ୟକ୍ରମ ନେଇ ପାଳନ କରାଯିବ ବୋଲି ସିଡିପିଓ ସୂଚନା ଦେଇଛନ୍ତି |

ରିପୋର୍ଟ ପ୍ରସନ୍ନ କୁମାର ଦାସ