You are currently viewing ପ୍ରତାପୁର ତୁମ୍ବେଶ୍ୱର ସେବା ସମବାୟ ସମିତି ପରିସରରେ ଧାନ ମଣ୍ଡି ଉଦଘାଟନ କଲେ ଖଲ୍ଲିକୋଟ ବିଧାୟିକା,
ପ୍ରତାପୁର ତୁମ୍ବେଶ୍ୱର ସେବା ସମବାୟ ସମିତି ପରିସରରେ ଧାନ ମଣ୍ଡି ଉଦଘାଟନ କଲେ ଖଲ୍ଲିକୋଟ ବିଧାୟିକା,

ପୁରୁଷୋତ୍ତମପୁର ବ୍ଲକ ପ୍ରତାପୁର ଗ୍ରାମର ତୁମ୍ବେଶ୍ୱର ସେବା ସମବାୟ ସମିତି ରେ ବ୍ଲକର ପ୍ରଥମ ଧାନ ମଣ୍ଡି ସମବାୟ ସଭାପତି ସୁଦର୍ଶନ ନାୟକ ଙ୍କ ତତ୍ୱା ବଧାନରେ ଏବଂ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ, ବ୍ଲକ ବିଡ଼ିଓ ମନୋଜ କୁମାର ନାୟକ, ଏବଂ ବ୍ଲକ ଯୋଗାଣ ଅଧିକାରୀ ନୀଳିମା ମହାନ୍ତି ଏବଂ ସମବାୟ ସଂସ୍ତାର ମେନେଜର, ସେକ୍ରେଟେରୀ, ଙ୍କ ସହ ସେବା ସମବାୟ ସମିତିର ସମସ୍ତ ଡାଇରେକ୍ଟର ପ୍ରତାପୁର ସରପଞ୍ଚ ଦାଶ ବେହେରା ଙ୍କ ଦ୍ୱାରା ଧାନ ମଣ୍ଡି ଉଦଘାଟନ କରାଯାଇଥିଲା |

ଉଦଘାଟନ ପୂର୍ବରୁ ବିଧାୟିକା ଚାଷୀମାନଙ୍କ ହାଡ଼ ଭଙ୍ଗା ପରିଶ୍ରମ କରି ଧାନ ଫସଲ କରିଥିଲା ବେକେ ଅନେକ ସମୟରେ ଦାଉ ସାଧୁଛି ଅଦିନିଆ ବର୍ଷା,ବନ୍ୟା, ବାତ୍ୟା, ଓ ଅନା ବୃଷ୍ଟି ଓ ଗଜା ମରୁଡି | ତେବେ ଯାହାହେଉ ମୁଣ୍ଡର ଝାଳ, ତୁଣ୍ଡରେ ମାରି ଯେଉଁ ଫସଲ ଅମଳ କରିଛନ୍ତି, ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କ ଧାନ ବସ୍ତା ଦର ବଢାଇବା ସହିତ ଚାଷୀ ମାନଙ୍କ ଅସୁବିଧା ପ୍ରତି ମଧ୍ୟ ଦୃଷ୍ଟି ଦେଇଛନ୍ତି | ତେବେ ଆଜି ବ୍ଳକରେ ପ୍ରଥମ ଥର ନିମନ୍ତେ ପ୍ରତାପୁର ଗ୍ରାମରେ ଧାନ ମଣ୍ଡି ଉଦଘାଟନ ହୋଇ ମିଲ କୁ ଯାଉ ଥିବାରୁ ଚାଷୀ ମାନେ ବହୁତ ଖୁସି ଅଛନ୍ତି | ତେବେ ସରକାର ବର୍ତମାନ କୁଇଣ୍ଟାଲ ପିଛା ଦର ଏଫ ଏ କ୍ୟୁ ଧାନ ପିଛା 2183 ଟଙ୍କା ଓ ଏ ଗ୍ରେଡ଼ ଏଫ ଏ କ୍ୟୁ ଧାନକୁଇଣ୍ଟାଲ ପ୍ରତି 2203 ଟଙ୍କା ରଖିଥିଲା ବେଳେ 75 କିଲୋ ପିଛା 1636.25 ଟଙ୍କା ଓ 1652.25 ଟଙ୍କା ରଖିଛନ୍ତି |

ତେବେ ଏଇବର୍ଷ ଅଳ୍ପ ବୃଷ୍ଟି ଯୋଗୁଁ ଏବଂ ଅଦିନିଆ ବର୍ଷା ପାଇଁ ଧାନ ଉତ୍ପାଦନ କମି ଯାଇଛି | ତେଣୁ ପ୍ରଥମ ଧାନ ମଣ୍ଡି ଉଦଘାଟନ ରେ ମଧ୍ୟ ଚାଷୀମାବେ ସେମାନଙ୍କ ଧାନ ମିଲର କୁ ଦେଇ ଛନ୍ତି | ଏହି କାର୍ଯ୍ୟକ୍ରମ ରେ ସମବାୟ ସମିତିର ଡାଇରେକ୍ଟର ମାନେ ହେଲେ ସନ୍ତୋଷ କୁମାର ମହାପାତ୍ର ଓ ବସନ୍ତ କୁମାର ମହାପାତ୍ର, ନାରାୟଶ ବେହେରା, ପ୍ରଭାକର ରାଉଳ, ଗୋବିନ୍ଦ ବେହେରା, କ୍ଷେତ୍ର ବାସୀ ବେହେରା,ରଙ୍କନାଥ ରାଉଳ,ପ୍ରଭାକର ରାଉଳ, ବୈଷ୍ଣବ ବେହେରା, ଅରୁଣ କୁମାର ପଣ୍ଡା, ସ୍ନେହ ଲତା ପଣ୍ଡା, ଜିତେନ୍ଦ୍ର କୁମାର ପଣ୍ଡା, ସୁଶୀଳା ନାୟକ, ବଳଜିତ ରାଉଳ, ସିମାଞ୍ଚଳ ରାଉଳ ସମସ୍ତ ଡାଇରେକ୍ଟର ଙ୍କ ସହ କିଛି ଚାଷୀ, ଗ୍ରାମବାସୀ ଙ୍କ ସହ ସମାଜ ସେବୀ ବିନାୟକ ଆଚାର୍ଯ୍ୟ ଉପସ୍ଥିତ ଥିଲେ |

ରିପୋର୍ଟ ପ୍ରସନ୍ନ କୁମାର ଦାସ