ଖଲ୍ଲିକୋଟ ବିଜେପିର କିଛି ଯୁବ ଗୋଷ୍ଟିଙ୍କ ସହପୁରୁଷୋତ୍ତମପୁର ସହର ର ବିଜେଡିର କିଛିଯୁବ ଗୋଷ୍ଠି କୁ ନେଇ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜନୈତିକ ହିଂସା କାଣ୍ଡ ରେ ଉଭୟ ପାର୍ଟିର ଦୁଈ ଜଣ ଆହାତହୋଈ ଛନ୍ତି | ବିଜେପି କର୍ମୀଙ୍କ ଥାନାରେ ଏତଲା | ଘଟଣାଟି ହେଉଛି ଗତ କିଛିଦିନ ତଳେ ପୁରୀରେ ବିଜେଡିର ପୁରୁଷୋତ୍ତମପୁର ଯୁବ ଗୋଷ୍ଠି ଓ ଖଲ୍ଲିକୋଟ ଅଞ୍ଚଳ ର ବଜେପିର ଯୁବ ଗୋଷ୍ଠି ଙ୍କ ମଧ୍ୟରେ କୌଣସି କାରଣ କୁ ନେଇ କଥା କଟାକଟି ଓ ଉଚ୍ଚ ଵାଚ ହୋଈ ଥିଲା ତେବେ ବିଜେଡିର ଯୁବଗୋଷ୍ଟି ତୁମକୁ ପୁରୁଷୋତ୍ତମପୁର ଆସିଲେ ଦେଖିଦେବୁ କହିଥିଲେ ବୋଲି ତୋଫାନ ମତ ଦେଇଛନ୍ତି | ସେହି ଘଟଣା ପରେ ଆଜି ଖଲ୍ଲିକୋଟ ବିନେପିର ତୋଫାନ ମହାରଣା ଓ ତାଙ୍କ ସମର୍ଥକ ମାନେ ପୁରୁଷୋତ୍ତମପୁର ବିଜେପି ର ଦଳୀୟ କର୍ମକର୍ତ୍ତା ଙ୍କ ସହ କଥାବାର୍ତ୍ତା କରିବାକୁ ଆସି ପାରିବା ମାର୍କେଟ ପାଖରେ ଥିବା ଜିଓ ଅଫିସି ମଧ୍ୟରେ ଥିଲା ବେଳେ ସେମାନେ ଆସିଥିବାର ଖବର ପାଇ ଓ ପୁର୍ବ ଶତ୍ରୁତା କାରଣକୁ ନେଇ ଅମୂଣିହାଁ ସାହିର କିଛି ବିଜେଡି ଯୁବ ଗୋଷ୍ଠି ଜିଓ ଅଫିସ କୁ ସନ୍ଧ୍ୟା 5ଘଣ୍ଟ ସମୟରେ ଯାଇ ତୋଫାନ ମହାରଣକୁ ଅଫିସ ମଧ୍ୟରୁ ବାହାରକୁ ଆଣି ବିଭିର୍ଣ୍ଣ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ | ଏହି ଘଟଣା ବିଜେପିର ଅନ୍ୟ ଯୁବକ ମାନେ ଜାଣିପାରି ସେହିସ୍ଥାନରେ ପହଂଚି ତାର ପ୍ରତିରୋଧ କରିଥିଲେ | ତେବେ କିଛି ସମୟ ପାଇଁ ସେହି ରାସ୍ତା ଯୁଦ୍ଧ କ୍ଷେତ୍ର ରେ ପରିଣତ ହୋଈ ଯାଇଥିଲା | ତେବେ ଉଭୟ ପାର୍ଟିର ଦୁଇଜଣ ବିଜେପିର ତୋଫାନ ମହାରଣା ଓ ବିଜେଡିର ତିରୁପତି ଦୋରା ଆହାତ ହୋଈ ଥିଲେ | ତେବେ ଆହାତ ତିରୁପତିକୁ ବ୍ରହ୍ମପୁର ବଡ ମେଡିକାଲ କୁ ଚିକିଛା ପାଇଁ ପଠାଯାଇ ଥିଲା ବେଳେ ତୋଫାନ ଏଠାରେ ଚିକିଛିତ ହୋଈ ପୁରୁଷୋତ୍ତମପୁର ଥାନାରେ ଲିଖିତ ଏଫଆୟାର କରିଛନ୍ତି | ଲିଖିତ ଏଫଆୟାର ପାଇଲା ପୁରୁଷୋତ୍ତମପୁର ଥାନା ଅଧିକାରୀ ବିପିନ ବିହାରୀ ହୋତା ଅଭିଯୋଗ କାରୀଙ୍କ ଏତଲାକୁ ଭିତିକରି ମାମଲା ନଂ 607 / 2024 ରେ ଏକ କେଶ ରୁଜୁ କରି ତଦନ୍ତ କରୁଛନ୍ତି | ତେବେ ଦୁଈ ପାର୍ଟିର ଯୁବକ ମାନଙ୍କ ଏହି ସଂଘର୍ଷ ଆସନ୍ତା କାଲି ପୁରୁଷୋତ୍ତମପୁର ଏନଏସି ଅନାସ୍ଥା ଭୋଟ ର ଜିଲ୍ଲା ପାଳଙ୍କ ଶୁଣାଣି ଥିବାରୁ ଏହା ଏକ ବିଭ୍ରାନ୍ତ ନା ଏନଏସିର ବିଜେଡି ନେତାଙ୍କୁ ବଦନାମ କରିବା କୁ ଷଡ଼ଯନ୍ତ୍ର ବୋଲି ସହର ର ବିଭିର୍ଣ୍ଣ ଛକରେ ଦୁଈ ଗୋଷ୍ଠିର ଲୋକମାନେ ଟୁପୁରୁ, ଟାପର ହେଉଥିବାର ଶୁଣିବାକୁ ମିଳୁଛି | ତେବେ ପୋଲିସ ର ତଦନ୍ତ ପରେ ପ୍ରକୃତ କଥା ଜଣା ପଡିବ ବୋଲି ବୁଦ୍ଧିଜୀବୀ ମହଲ ରେ ଶୁଣା ଯାଉଛି | ( ରିପୋର୍ଟ ପ୍ରସନ୍ନ କୁମାର ଦାସ)
