You are currently viewing ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ସ୍ବାୟତ ଶାସନ ଦିବସ ପାଳିତ
ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ସ୍ବାୟତ ଶାସନ ଦିବସ ପାଳିତ

ପୁରୁଷୋତ୍ତମପୁର ତା- ୩୧/୮ / ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ଅଧକ୍ଷା ପ୍ରିୟଙ୍କା ଗୌଡ ଙ୍କ ପୌରହିତ୍ଯରେ ପାଳିତ ହୋଇଯାଇଛି । ପ୍ରଥମେ ଏନଏସି କାର୍ଯ୍ୟାଳୟ ପରିସରରରେ ପତାକା ଉତ୍ତୋଳନ କରାଯାଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକ ସୂର୍ଯ୍ୟମଣି ବୈଦ୍ୟ ଓ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯଜୋତି ପରିଡା ,ଆସିକା ଏମପି ପ୍ରତିନିଧି ପ୍ରେମାନନ୍ଦ ସାହୁ , ଉପାଧକ୍ଷ କୁଷ୍ଣ ଚନ୍ଦ୍ର ପଣ୍ଡା ,କାଉନସିଲର ଅଶୋକ କୁମାର ମହାଙ୍କୁଡ,ପ୍ରମିତା ପଣ୍ଡାଙ୍କ ସହ ଅନ୍ୟାନ୍ୟ କାଉସିରଲ ମାନେ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିଥିଲେ। ବିଶେଷ କରି ଅପରାଧି ମାନଙ୍କୁ ଠାବ କରିବା ଓ ଟ୍ରାଫିକ ନିୟମ ଉଲଘଂନ କାରିଙ୍କୁ ଚିହ୍ନଟ ଲାଗି ସହରର କନକା ଠାରୁ କୁମାରୀ ପର୍ଯନ୍ତ ଲଗାଯାଇଥିବା ୧୧୦ ଗୋଟି ସିସି କେମେରାକୁ କାର୍ଯକାରି କରିବା ସହ ଗଞ୍ଜାମ ଜିଲ୍ଲାରେ ପ୍ରଥମ କରି ପୁରୁଷୋତ୍ତମପୁର କାଳୀମନ୍ଦିର ଛକଠାରେ, ଶହେ ଫୁଟ ଉଚତାରେ ଏକ ବିରାଟ ଜାତୀୟ ପତାକା ଲଗାଯାଇ ଥିଲା ଏହାସହ ମିଶନଶକ୍ତି କ୍ୟାଫେ ଇତ୍ୟାଦି ବହୁ ଉନ୍ନୟନ ମୂଳକ କାର୍ଯର ଉଦଘାଟନ କରାଯାଇଥିଲା l ଏହି ଅବସରେ ଗଣ ମାଧ୍ଯମ ପ୍ରତିନିଧି , ବରିଷ୍ଟ ନାଗରିକ,ସାମ୍ବାଦିକ ପ୍ରତିନିଧି, ମିସନ ଶକ୍ତିର ମହିଳା, ଏନଏସି କର୍ମଚାରୀ, ଏବଂ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l ଉକ୍ତ କାଯ୍ୟକ୍ରମରେ ଏନଏସିର ବରିଷ୍ଠ କିରାଣୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ବରିଷ୍ଟ ଯନ୍ତ୍ରୀ ରାମ ଚନ୍ଦ୍ର ପିଙ୍ଗୁଆ, ରଶ୍ମି ରାଣୀ ନାହାକ, ସଂଗ୍ରାମ କେଶରୀ ନାୟକ, ଅମୁଲ୍ୟ ଦାସ, ବରୁଣ ବେହେରା, ରଞ୍ଜିତା ପଣ୍ଡା, ସନ୍ତୋଷ ପଣ୍ଡା, ସତୀଶ କୁମାର ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ରହି ପୋଗ୍ରାମକୁ ପରିଚାଳନା କରିଥିଲେ l ଶେଷରେ ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l