ଧରାକୋଟ,17/4/24
ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ସାନ ଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଙ୍କୁ ବି ଜେ ଡି ତରଫରୁ ବିଧାୟକ ଟିକେଟ ପ୍ରଦାନ ପରେ ଆଜି ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,5t ଅଧ୍ୟକ୍ଷ ଭି କେ ପଣ୍ଡିଆଁନ,ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ଙ୍କ କୃତଜ୍ଞାତ ଜଣାଇଛନ୍ତି । ଏହି ଅବସରରେ ରାଜ୍ୟ ଓ ଜିଲ୍ଲାର ବିକାଶରେ ସାମିଲ ହେବା ସହ ଜନସାଧାରଣ ଙ୍କ ସୁଖ ଦୁଃଖ ରେ ସାମିଲ ହୋଇ ସେମାନଙ୍କ ସେବା କରିବା ପାଇଁ ଦଳ ସୁଯୋଗ ଦେଇ ଥିବାରୁ ସେ ତାକୁ ସାକାର କରିବା ପାଇଁ ଯଥା ସମ୍ଭବ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ସାନ ଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିକାଶ ଧାରାକୁ ଆଗକୁ ନେବା ସହ ସରକାର ଙ୍କ ଜନକଲ୍ୟାଣ ଯୋଜନା ର ରୂପାୟନ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି।
