You are currently viewing ବିଜେପି କର୍ମୀ ଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ।
ବିଜେପି କର୍ମୀ ଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ।

ଚକାପାଦ :22/1 ଶଙ୍କରାଖୋଲ ପଞ୍ଚାୟତ ରେ ଥିବା ବାଡେଗୁଡା ଗ୍ରାମରେ ଏକ ଭାରତୀୟ ଜନତା ପାର୍ଟି ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ଗୋଲକ କହଁର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଲୋକସଭା ଯୁବ ନେତା ନାରାୟଣ କର୍ମୀ ଯୋଗଦେଇଥିଲେ ! ସନମାନିତ ଅତିଥି ଜିଲ୍ଲା ଓବିଶି ମୋର୍ଚ୍ଚା ଉପସଭାପତି ସର୍ବେଶ୍ୱର କହଁର ଓ ଚକାପାଦ ମଣ୍ଡଳ ଓବିଶି ମୋର୍ଚ୍ଚା ସଭାପତି କେଦାର ନାଥ ବାଘ, ସାମ୍ବାଦିକ ବାଳକୃଷ୍ଣ କହଁର ଉପସ୍ଥିତ ଥିଲେ ! ଏହି କାର୍ଯ୍ୟକ୍ରମ ରେ ଲୋକମାନଙ୍କ ର ସମସ୍ୟା କୁ କିପରି ଦୂରୀକରଣ ହୋଇପାରିବ ତାହା ଉପରେ ଆଲୋଚନା କରାଯାଇଥିଲା!ଗ୍ରାମାଞ୍ଚଳ ରେ ରହୁଥିବା ବୃଦ୍ଧ ବୃଦ୍ଧା ମାନଙ୍କ ର ମିଳୁନ ଥିବା ଭତା, ରାସନ ଚାଉଳ, ଇନ୍ଦିରା ଆବାସ ଯୋଜନା, ରାସ୍ତା ଘାଟ, ନଳକୂପ ଏବଂ ସରକାର ଙ୍କ ତରଫରୁ ଆସୁଥିବା ବିଭିନ୍ନ ପ୍ରକାର ସହାୟତା ଠିକ ରେ ପାଇ ପାରୁଛନ୍ତି କି ନାହିଁ ଯଦି ମିଳିପାରୁନି ତାହା ସମସ୍ୟା ର ସମାଧାନ କରାଯିବ ତାହା ଉପରେ ଆଲୋଚନା କରାଯଇଥିଲା ! ଏଥିରେ ପଞ୍ଚାୟତ ସଭାପତି ପ୍ରଦୀପ କହଁର, ଉପସଭାପତି ବେଲାର୍ଶନ କହଁର, ସମ୍ପାଦକ ପ୍ରଫୁଲ କହଁର ଯୋଗଦେଇ ଥିବାବେଳେ ରମେଶ କହଁର, ପରାଶର ପ୍ରଧାନ, ଅଜୀବନ ମଲ୍ଲିକ,ଗୋପାଳ କହଁର ତଥା ସମସ୍ତ ଭାରତୀୟ ଜନତା ପାର୍ଟି ର କର୍ମୀ ଉପସ୍ଥିତ ଥିଲେ