You are currently viewing ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ଏଥର ହେବ କଡ୍ଡା ଟକ୍କର |
ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ଏଥର ହେବ କଡ୍ଡା ଟକ୍କର |

ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ 2009 ମସିହା ରେ ସଂରକ୍ଷିତ ହୋଇ ଥିଲା | ତା ପୂର୍ବରୁ ସେଠାରେ 8 ଥର ଅପ୍ରତିଦ୍ବନ୍ଦି ହିସାବରେ ଭି ସୁଜ୍ଞାନୀ ଦେଓ ବିଧାୟିକା ହୋଇ ଇତିହାସ ସୃଷ୍ଟି କରୁଥିଲା ବେଳେ, ସଂରକ୍ଷିତ ହେବା ପରେ ସେ କବିସୂର୍ଯ୍ୟନଗର ନିର୍ବାଚନ ରୁ ବିଜେଡିର ପାର୍ଥୀ ହୋଉ ଥିଲେ ଆଉ ଖଲ୍ଲିକୋଟ ରେ ବର୍ତମାନ ବିଜେପିର ପାର୍ଥୀ ହୋଇ ଥିବା ପୂର୍ଣ୍ଣ ଚନ୍ଦ୍ର ସେଠୀ ସେତେବେଳର ବିଜେଡିରୁ 2019 ପର୍ଯ୍ୟନ୍ତ ଦୁଇଥର ବିଧାୟକ ହୋଇ ଥିଲେ | ତା ପରେ ପୁର୍ଣସେଠି ଙ୍କୁ ବିଜେଡି ଟିକଟ ମିଳିନଥିଲା ବେଳେ ସେ ଦଳର ଶୃଙ୍ଖଳିତ କର୍ମୀ ହୋଇ ରହିଥିଲେ | ଏବଂ 2019 ରେ ଦିବଂଗତ ନେତ୍ରୀ ରାଣୀମାଙ୍କ ସୁପାରିଶ ରେ ସୂର୍ଯ୍ୟମଣୀ ବୈଦ୍ୟ ବିଧାୟିକା ଟିକଟ ପାଇ ତାଙ୍କର ନିକଟ ତମ ପ୍ରତିଦ୍ବନ୍ଦୀ ବିଜେପିର ଭାରତୀ ବେହରା ଙ୍କ ଠାରୁ 41 ହଜାର ଭୋଟ ରେ ବିଜୟୀ ହୋଇ ଥିଲେ | ତେବେ 2024 ନିର୍ବାଚନ ରେ ପୂର୍ଣ୍ଣ ବାବୁ ଓ ସୂର୍ଯ୍ୟମଣୀ ବୈଦ୍ୟ ଦୁହେଁ ବିଧାୟକ ଟିକଟ ପାଇଁ ଲବିରେ ଥିଲେ | ତେବେ ବହୁ କସରତ ପରେ ଯେତେବେଳେ ପୂର୍ଣ୍ଣ ବାବୁ ଜାଣିଲେ ଯେ ତାଙ୍କୁ ଟିକଟ ମିଳୁନାହିଁ ,ସେତେବେଳେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇ ଖଲ୍ଲିକୋଟ ବିଧାୟକ ପାଇଁ ଟିକଟ ପାଇଥିଲେ | ତେବେ ପୂର୍ବରୁ ବିଜେପି ର ପାର୍ଥିଥିବା ଭାରତୀ ବେହେରା ପାର୍ଟିର ନିୟମ କୁ ସମ୍ମାନ ଦେଇ ପୂର୍ଣ୍ଣ ବାବୁ ଙ୍କୁ ସମର୍ଥନ କରିଛନ୍ତି | ତେବେ ବହୁ ବ୍ୟକ୍ତି ରାଣୀମାଙ୍କ ସମର୍ଥକ ଭାବେ ଖଲ୍ଲିକୋଟ ରୁ ଆଶାୟୀ ଥିଲାବେଳେ ରାଣୀମାଙ୍କ ବିୟୋଗ ପରେ | ବହୁ ଦିନ ପର୍ଯ୍ୟନ୍ତ ଖଲ୍ଲିକୋଟ ବିଜେଡି ପାର୍ଥୀ ଟିକଟ କୁ ଝୁଲାଇ ରଖା ଯାଇଥିଲା |ତେବେ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ସୂର୍ଯ୍ୟ ମଣୀ ବୈଦ୍ୟ ଙ୍କୁ ବିଜେଡି ର ବିଧାୟିକା ଟିକଟ ମିଳିଥିଲା | ତେବେ କଂଗ୍ରେସ ର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳ ର ଟିକେଟ ଘୋଷଣା ହୋଇ ନଥିବାରୁ ଦୁଇଦିନ ପରେ ହେବ ବୋଲି ଜଣା ପଡୁଛି | ତେବେ ଖଲ୍ଲିକୋଟ ରେ ଟକ୍କର ହେବ ବିଜେଡି, ବିଜେପି ମଧ୍ୟରେ, ପୂର୍ଣ୍ଣ ଭରଶେଷ ସୂର୍ଯ୍ୟ ମଣୀ ବୈଦ୍ୟ ଙ୍କ ମଧ୍ୟରେ | ସୂ ଖଲ୍ଲିକୋଟ ରେ ସୁଜ୍ଞାନୀ ସେନା ସୂର୍ଯ୍ୟମଣୀ ଙ୍କୁ ବିରୋଧ କରି ବହୁସଂଖ୍ୟକ ସରପଞ୍ଚ, ସମିତି ସଭ୍ୟ ଓ କର୍ମୀ ବିଜେପିରେ ମିସିଛନ୍ତି | ତେବେ ଖଲ୍ଲିକୋଟ ବ୍ଲକ ରେ ଏହା ନୁଆଁ ଘଟଣା ନୁହଁ , ସେତେବେଳେ ମଧ୍ୟ ପୂର୍ଣ୍ଣ ସେଠିଙ୍କୁ ସୂଜ୍ଞାନୀ ସେନା ବିରୋଧ କରି ତାଙ୍କ ବିରୁଦ୍ଧରେ ବିଷୋଦ ଗାର କରିଥିଲା ବେଳେ ଏବେ ବୈଦ୍ୟ ଙ୍କ ବିରୁଦ୍ଧରେ ମଧ୍ୟ ସୁଜ୍ଞାନି ସେନା ବିରୋଧ କରୁ ଛନ୍ତି | ତେବେ ଖଲ୍ଲିକୋଟ ରର ତ୍ରିମୁଖୀ ଲଢେଇ ହେଉଥିଲା ବେଳେ ପକୃତ ଲଢେଇ ସୂର୍ଯ୍ୟମଣୀ ଓ ପୂର୍ଣ୍ଣ ଙ୍କ ମଧ୍ୟରେ ହେବ | ସେଥିପାଇଁ ଦୁଈ ପକ୍ଷ ସେମାନଙ୍କ ଯୁଦ୍ଧ ବିଦ୍ୟା ଏବଂ ଯୁଦ୍ଧ କୌଶଳ ଆରମ୍ଭ କରିସାରିଲେଣି | ତେବେ ଯୁଦ୍ଧ କୁ ଅପେକ୍ଷା , ସମୟ କହିବ କିଏ ବିଜୟୀ ହେବ, ଏବଂ ବିଧାୟକ ମୁକୁଟ କିଏ ପିନ୍ଧିବ ତାହା ଅଳ୍ପ ଦିନ ପରେ ନିର୍ଣ୍ଣୟ ହୋଇଯିବ | ହେଲେ ସୂର୍ଯ୍ୟ ମଣୀ ଙ୍କ ସମର୍ଥକ ଙ୍କ କହିବା କଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ଓ ଭଲ ପାଇବା ନିଶ୍ଚିତ ଲୋକମାନେ ବିଜେଡି କୁ ଭୋଟ ଦେବେ | ସୂର୍ଯ୍ୟମଣୀ ଙ୍କ ଗୋଟିଏ ଯୋଜନା ରେ ନିର୍ବାଚନ ମଣ୍ଡଳୀରେ ବହୁତ ବିକାଶ କାର୍ଯ୍ୟ ହୋଇ ପାରିଛି କହୁଥିଲା ବେଳେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଲୋକ ମାନେ ବିଶେଷ କରି ମିଶନ ଶକ୍ତି ମହିଳା ମାନେ ଷଷ୍ଟ ଥର ନବୀନ ବାବୁ ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ତେଣୁ ବିରୋଧୀଙ୍କ କୌଣସି ଶକ୍ତି କିଛି କରିପାରିବ ନାହିଁ | ତେବେ ସୂର୍ଯ୍ୟ ମଣୀ ଙ୍କ ମୁଖ୍ୟ ବିରୋଧୀ ପୂର୍ଣ୍ଣ ବାବୁ 2 ଥର ର ବିଜେଡି ବିଧାୟକ ହୋଇ ନିର୍ବାଚନ ମଣ୍ଡଳୀର କେଉଁ, କେଉଁ ବିକାଶ କରିଛନ୍ତି ତାହା ଜନ ସାଧାରଣ ଙ୍କ ପାଖରେ କହି ପାରିବେକି ବୋଲି ସେମାନେ ବିଭିର୍ଣ୍ଣ ଖଟିରେ କହୁଥିବାର ଶୁଣା ଯାଉଛି | ଖାଲି ଜଣେ ବିଧାୟକ ହୋଉ ଗଲେ ଲୋକେ ଭୋଟ ଦେବେ ନାହିଁ, ସେଥିପାଇଁ ଦରକାର ଗ୍ରାମଠାରୁ ସହର ର ବିକାଶ କାର୍ଯ୍ୟ | ତେବେ ପୂର୍ଣ୍ଣ ସେଠୀଙ୍କ କିଛି ସମର୍ଥକ ଙ୍କ କହିବା କଥା ଯଶସ୍ବୀ ପ୍ରଧାନ ମନ୍ତ୍ରୀ ଙ୍କ ସବକା ସାଥ, ସବ କା ବିକାଶ, ନାରା ରେ ଲୋକେ ଅନୁପ୍ରାଣିତ ହୋଇ ଛନ୍ତି ତେଣୁ ଖଲ୍ଲିକୋଟ ରେ ନିଶ୍ଚିତ ପଦ୍ମ ଫୁଟିବ | ଆଉ ଲୋକେ ନରେନ୍ଦ୍ର ମୋଦିଙ୍କ ହାତ ମୁଠା କୁ ଟାଣ କରି ଓଡ଼ିଶାରେ ବିଜେପି ର ଡବଲ ଇଂଜିନ କୁ ଚଲେଇବା ପାଇଁ ପୁର୍ଣସେଠି ଙ୍କୁ ଲୋକମାନେ ଓ ସୂଜ୍ଞାନୀ ସେନା ବିପୁଳ ପରିମାଣ ରେ ଭୋଟ ଦେବେ,ଆଉସେ ଜୟ ଯୁକ୍ତ ହେବେ | ତେବେ ଉଭୟ ପକ୍ଷ ସେମାନଙ୍କ ସମର୍ଥକ ଙ୍କୁ ଧରି ଯୁଦ୍ଧ ପଡିଆ କୁ ଓହ୍ଲାଇ ଗଲେଣି, ଆଗାମୀ ଜୁନ 4 ତାରିଖ ଦିନ ଜଣା ପଡିବ କାହାର ଜିତ ଓ କାହାର ହାର ହୋଇଛି | କିଏ ପିନ୍ଧୁଛି ଖଲ୍ଲିକୋଟ ନିର୍ବାଚନ ର ବିଜୟ ମୁକୁଟ | ତାହାକୁ ହିଁ କିଛି ଦିନ ଅପେକ୍ଷା କରିବାକୁ ପଡିବ |

ରିପୋର୍ଟ ପ୍ରସନ୍ନ କୁମାର ଦାସ