You are currently viewing ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ପ୍ରସଙ୍ଗରେ ପଞ୍ଚାୟତ ସ୍ତରୀୟ ବିଜେଡିର ପ୍ରତିବାଦ ସଭା
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ପ୍ରସଙ୍ଗରେ ପଞ୍ଚାୟତ ସ୍ତରୀୟ ବିଜେଡିର ପ୍ରତିବାଦ ସଭା

ରାଜ୍ୟରୁ ଉଷୁନା ଚାଉଳ ଉଠାଣ ପରିମାଣ ହ୍ରାସ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ପ୍ରସଙ୍ଗରେ ବୁଧବାର ଦିନ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ବିଜୁୁ ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେହେତୁ କେନ୍ଦ୍ର ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କ ନିମନ୍ତେ ଚାଉଳ ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ହିତାଧିକାରୀଙ୍କ ୫ କିଲୋ ଚାଉଳ ବନ୍ଦ କରିବା ପରେ ହିତାଧିକାରୀଙ୍କ ହକ ପାଇଁ ବିଜେଡି ପକ୍ଷରୁ ଏଭଳି କାର୍ଯ୍ୟକୁ ଘୋର ନିନ୍ଦା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ପଦ୍ମନାଭପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ନେତୃତ୍ବରେ କର୍ମୀମାନେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ । ସେହିପରି ବଡଡୁମ୍ବୁଳା ପଞ୍ଚାୟତରେ ସରପଞ୍ଚ ଗୀତାଞ୍ଜଳି ଜାନୀ ଏବଂ ସମିତି ସଭ୍ୟ ରମେଶ ଚନ୍ଦ୍ର ପାଢ଼ୀଙ୍କ ଉପସ୍ଥିତିରେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଭଳି ଚଷା ନିମଖଣ୍ଡି , କଇଠଡା , କଇଠଖଣ୍ଡି ଭଳି ସମସ୍ତ ପଞ୍ଚାୟତରେ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । ଦିଗପହଣ୍ଡି ରୁ ରିପୋର୍ଟ _କିରଣ କୁମାର ବେହେରା