କବିସୂର୍ଯ୍ୟନଗର,୧୨/୪(ଶକ୍ତି ପ୍ରସାଦ କର) କବିସୂର୍ଯ୍ୟନଗରରେ ବଳବାନ ହେଉଛି ବିଜେପି , ବିଜେପିରେ ସାମିଲ ହେଲେ ସୀତାରାମ ପାଣିଗ୍ରାହୀ ଭାରି ହେଉଛି ବିଜେପି ପ୍ରାର୍ଥୀ ପ୍ରତାପ ନାୟକଙ୍କ ପଲ୍ଲା
କବିସୂର୍ଯ୍ୟନଗରରେ ପଦ୍ମ ଫୁଟାଇବେ କି ପ୍ରତାପ ?
କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରେ ଲୋକଙ୍କ ନିକଟତର ହୋଇ ଜନମତକୁ ନିଜ ଆଡକୁ ପ୍ରଭାବିତ କରୁଥିବା ପ୍ରତାପ ନାୟକ ଏବେ ଆହୁରି ଶକ୍ତିଶାଳୀ ହୋଇଛନ୍ତି । ଭୋଟରଙ୍କ ମନ ଜିଣୁଥିବା ପ୍ରତାପ ଏବେ ନିଜ ପ୍ରତିଦ୍ୱନ୍ଦୀ କ୍ୟାମ୍ପ୍ ର ହେବିୱେଟ୍ ଙ୍କୁ ନିଜ ଆଡ଼କୁ ଟାଣିବାରେ ସଫଳ ହୋଇଛନ୍ତି । ଆଉ ତାଙ୍କ ଉଦ୍ୟମରେ ବିଜେଡିର ବରିଷ୍ଠ ନେତା ସୀତାରାମ ପାଣିଗ୍ରାହୀ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତର ଅଭିଯାନରେ ସାମିଲ ହୋଇ ସିତାରାମ କବିସୂର୍ଯ୍ୟନଗରରେ ବିଜେପିକୁ ବିଜୟୀ କରିବାକୁ ପ୍ରତାପଙ୍କ ପାଇଁ ଯୋଦ୍ଧା ସାଜିଛନ୍ତି ।

ନିଜ ଦଳ ବଳ ସହ ବିଜେପିରେ ସାମିଲ ହେଉଛନ୍ତି କବିସୂର୍ଯ୍ୟନଗରର ବିଜେଡିର ଅନ୍ୟତମ ଚେହେରା ଭାବେ ଗଣା ହେଉଥିବା ସୀତାରାମ ପାଣିଗ୍ରାହୀ । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନେତାଙ୍କ ଦଳ ବଦଳ ପ୍ରକ୍ରିୟା ବଢ଼ିବାରେ ଲାଗିଛି । ଆଉ ଏଭଳି ସମୟରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀର ବହୁ ବରିଷ୍ଠ ବିଜେଡି ନେତା ବିଜେପିରେ ସାମିଲ ହେବା ପରେ ସେଠାରେ ବିଜେପି ଆହୁରୁ ଶକ୍ତିଶାଳୀ ହୋଇଛି । ଦଳର ଆସ୍କା ସାଂସଦ ପାର୍ଥୀ ଅନିତା ଶୁଭଦର୍ଶନୀ ଉପସ୍ଥିତ ଥିଲେ । ସିତାରାମ ପାଣିଗ୍ରାହୀଙ୍କ ସମେତ କବିସୂର୍ଯ୍ୟନଗର ବ୍ଳକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପିତାମ୍ବର ସେଠୀ, ଆଠଗଡପାଟଣା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ କୁନା ପାଇକରା, ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଗୌଡ, ପୂର୍ବତନ ଜିଲ୍ଲା ପରିଷଦ ପ୍ରଭାକର ପ୍ରଧାନଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଏହି ନେତା ଓ କର୍ମୀମାନେ ଦୀର୍ଘ ବର୍ଷ ଧରି ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ ଦେଓଙ୍କ ଦୃଢ ସମର୍ଥକ ଭାବେ ବିଜେଡିରେ କାର୍ଯ୍ୟ କରିଆସୁଥିଲେ ।

ତେବେ ରାଣୀଙ୍କ ଦେହାନ୍ତ ପରେ ଦଳ ସେମାନଙ୍କୁ କୋଣଠେସା କରୁଥିବାରୁ ସମସ୍ତେ ଅତିଷ୍ଠ ହୋଇଯାଇଥିଲେ । ଆଉ ଏବେ ବିଜେପିରେ ସାମିଲ ହେବା ପରେ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ଆଶାତୀତ ସଫଳତା ପାଇବ ବୋଲି ସମସ୍ତେ ଆଶା ରଖିଛନ୍ତି ।
