ଆସିକା:୨୬/୧୨/ବିଜେଡ଼ି ପ୍ରତିଷ୍ଠା ଦିବସରେ ଏନ୍ ଏ ସି ଅଧ୍ୟକ୍ଷା ବିନେତା ସ୍ୱାଇଁ ନିଜର ଅନୁଗାମୀ ମାନଙ୍କୁ ଧରି ବାଇକ ରାଲି ଯୋଗେ ବିଜୁପଟ୍ଟନାୟକ ଛକରେ ପହଂଚି ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କଲେ. ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ନଗର ବିଜେଡି ସଭାପତି ତଥା ସାଂସଦ ପ୍ରତିନିଧି ଶ୍ରୀ ସତ୍ୟନାରାୟଣ ସ୍ୱାଇଁଙ୍କ ନେତୃତ୍ୱରେ ବହୁ କର୍ମୀ ଏକତ୍ରିତ ହୋଇ ଏହି ରାଲିରେ ସାମିଲ ହୋଇଥିଲେ.ବିଜେଡିର ଦୀର୍ଘ ଦିନର ସାଶନ ଓ ଲୋକପ୍ରିୟତାକୁ ପାଥେୟ କରି ବିଜେଡି ଏକ ଶକ୍ତିଶାଳୀ ଦଳରେ ପରିଣତ ହୋଇପାରିଛି ବୋଲି ମତ ରଖିଥିଲେ ଏନ ଏ ସି ଅଧ୍ୟକ୍ଷା ବିନେତା ସ୍ୱାଇଁ. ଏହି ଅବସରରେ ଉପସ୍ଥିତ କର୍ମୀ ଓ ଜନସାଧାରଣଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା.ସମସ୍ତ କାଉଁସିଲର ସହିତ ଆସିକା ଏନ୍ ଏ ସି କାର୍ଯ୍ୟାଳୟରୁ ବାଇକ ରାଲିରେ ବାହାରି ଅଧ୍ୟକ୍ଷା ବିନେତା ସ୍ୱାଇଁ ରାସ୍ତାରେ ଯାଉଥିବ ଲୋକମାନଙ୍କୁ ପାନୀୟ ଜଳ ଓ ମିଠା କରିଥିଲେ.ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର,ବିଜେଡି କର୍ମୀ ଓ SHG ମା ମାନେ ଉପସ୍ଥିତ ଥିଲେ.
