You are currently viewing ବ୍ଲକ ଘେରିବା ପାଇଁ ବି ଜେ ପି ର ପ୍ରସ୍ତୁତି ବୈଠକ
ବ୍ଲକ ଘେରିବା ପାଇଁ ବି ଜେ ପି ର ପ୍ରସ୍ତୁତି ବୈଠକ

ଧରାକୋଟ ,25/11/23
ଭାରତୀୟ ଜନତା ପାର୍ଟି ତରଫରୁ ଆସନ୍ତା 29 ତାରିଖ ଦିନ ବିଭିନ୍ନ ସମସ୍ୟାକୁ ନେଇ ଧରାକୋଟ ବ୍ଲକ ଘେରାଉ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ନିକଟସ୍ଥ ମୁକ୍ତେଶ୍ଵର ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ପରାଜିତ ବିଧାୟକ ପ୍ରାର୍ଥୀ ବିଜୟ ସ୍ୱାଇଁ,ଧରାକୋଟ ମଣ୍ଡଳ ସଭାପତି u ପାପା ରାଓ, ଜାହାଡା ମଣ୍ଡଳ ସଭାପତି ଜିତେନ୍ଦ୍ର ବିଷୋୟୀ,ମାଣିକପୁର ମଣ୍ଡଳ ସଭାପତି ଅଶୋକ ନାୟକ ,ବରିଷ୍ଠ କର୍ମୀ ପ୍ରଭାକର ପ୍ରଧାନ,ମାନସ ନାୟକ, ମୁନା ପ୍ରଧାନ,ଦେବାଶିଷ ମିଶ୍ର,ମିଥୁନ ପ୍ରଧାନ,ରାଜା ମିଶ୍ର ଓ ଗଣେଷ ପ୍ରଧାନ ଙ୍କ ସମେତ ଛାମୁଆ ସଙ୍ଗଠନର ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ଗଞ୍ଜାମ ଜିଲ୍ଲାକୁ ମରୁଡି ଘୋଷଣା,ଗରିବ କଲ୍ୟାଣ ଯୋଜନା ଠିକ ଭାବେ କାର୍ଯ୍ୟକାରୀ କରିବା ଓ ବ୍ଲକକୁ ଦୁର୍ନୀତି ମୁକ୍ତ କରିବା ପାଇଁ ଘେରାଉ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା।