ବ୍ରହ୍ମପୁର , ୨୮/୦୧ – () -:- ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା କାର୍ଯକାରିଣୀ ବୌଠକ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱ ରେ ଛତ୍ରପୁର ନିକଟସ୍ଥ ତମ୍ପରା ଠାରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ଗଞ୍ଜାମ ଜିଲ୍ଲା ପର୍ଯ୍ୟବେଷକ ତଥା ରାଜ୍ୟ ସାଧାରଣ ସମ୍ପାଦିକା ଡ଼. ଲେଖାଶ୍ରୀ ସାମନ୍ତସିଂହାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦୀପ ପ୍ରଜ୍ଜଳନ କରି ଅନୁଷ୍ଠାନିକ ଭାବେ ଏହି ଜିଲ୍ଲା କାର୍ଯ୍ୟକାରିଣୀ ର ଶୁଭାରମ୍ଭ କରିଥିଲେ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ଗଜପତି ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ କାର୍ଯକାରିଣୀ ସଦସ୍ୟ ସରୋଜ ସାବତ,ଛତ୍ରପୁର ବିଧାୟକ ପାର୍ଥୀ ପ୍ରଶାନ୍ତ କର,ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ଶିଶିର ପାଢ଼ୀ,ପ୍ରମୁଖ ମଞ୍ଚାସିନ ଥିଲା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା

ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥୀ, ପ୍ରଭାତ କିରଣ ଷଡ଼ଙ୍ଗୀ, ଜିଲ୍ଲା ଉପ ସଭାପତି ବିନୋଦ ମିଶ୍ର, ମନୋଜ ପଟ୍ଟନାୟକ, ଡ଼. ସୁବାଷ ସାହୁ, ପରେଶ ଚନ୍ଦ୍ର ରଥ, ରଶ୍ମି ରାଣୀ ମହାପାତ୍ର, ରାମ କୁମାର ପାତ୍ର, ସୁନୀଲ କୁମାର ସାହୁ,ୱାଇ. ମୋହନ ରାଓ, ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା, ପ୍ରଦୀପ ଶତପଥୀ, ବଦିତା ତ୍ରିପାଠୀ,ଓ.ନଗମା, ବବିତା ପାତ୍ର, ସିଦ୍ଧାନ୍ତ ଗଙ୍ଗଦେବ, ରାଜେଶ ସାହୁ, କୀର୍ତ୍ତନ ଦାଶ, ଶିବ ଶଙ୍କର ନାୟକ, ରତ୍ନଗର୍ଭା ସରସ୍ବତୀ ଦେଵୀ, ମଦନ ମୋହନ ପାତ୍ର, ମହନ୍ତ ଦାସ, ଧନୁ ସବର ପ୍ରମୁଖ ଙ୍କ ସହ ଜିଲ୍ଲା ର ସମସ୍ତ ମଣ୍ଡଳ ସଭାପତି, ଜିଲ୍ଲା ପଦାଧିକାରୀ, ଜିଲ୍ଲା କାର୍ଯକାରିଣୀ ସଦସ୍ୟ, ମଣ୍ଡଳ ପ୍ରଭାରୀ ପ୍ରମୁଖ ଉପସ୍ଥିତ ଥିଲେ ବ୍ରହ୍ମପୁର ଲୋକସଭା ବିସ୍ତାରକ ଭାବେ ଆସିଥିବା ରାମଚନ୍ଦ୍ର ନାୟକଙ୍କୁ ସମ୍ବଦ୍ଦନା ଦିଆଯାଇଥିଲା ଶେଷ ରେ ପୂର୍ବତନ ଗଞ୍ଜାମ ବ୍ଲକ ଚ୍ୟାୟର ମେନ ପ୍ରଶାନ୍ତ ନାୟକ ଧନ୍ୟବାଦ ଦେଇଥିଲେ ।

